ପାଲେଷ୍ଟାଇନ୍ ଦୂତାବାସରେ ଭାରତୀୟ ରାଷ୍ଟ୍ରଦୂତଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ: ପାଲେଷ୍ଟାଇନ୍ ରୁ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ପାଲେଷ୍ଟାଇନ୍ ରେ ଭାରତର ରାଜଦୂତ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ହୋଇଯାଇଛି । ରବିବାର ଦିନ ରାମଲ୍ଲା ଦୂତାବାସରେ ତାଙ୍କ ମୃତଦେହ ଠାବ କରାଯାଇଥିଲା । ପାଲେଷ୍ଟାଇନ୍ ରେ ଭାରତୀୟ ରାଜଦୂତଙ୍କ ନିଧନ କୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରାଳୟ ।

 

ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ଯେ ପାଲେଷ୍ଟାଇନରେ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ୟ୍ୟଙ୍କ ଦେହାନ୍ତ ହୋଇଛି। ଯେଉଁଥିରେ ପାଲେଷ୍ଟାଇନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ରାଷ୍ଟ୍ରଦୂତ ମୁକୁଲ ଆର୍ୟ୍ୟଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି । ସେ କହିଛନ୍ତି ଯେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସହିତ ସରକାରୀ ଯୋଗାଯୋଗ କରୁଛନ୍ତି ଯାହାଦ୍ୱାରା ମୃତ ରାଷ୍ଟ୍ରଦୂତଙ୍କ ଶବକୁ ତାଙ୍କ ଦେଶକୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇପାରିବ ।

ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ସେ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ସମ୍ପର୍କ ବଢ଼ାଇବାରେ ଦିଗରେ ସକ୍ରିୟ ରହିଥିଲେ । ସେ ଫିଲିସ୍ତାନୀ ସ୍କୁଲର ପିଲାମାନଙ୍କୁ କୋଭିଡ୍ କାରଣରୁ ମାସ୍କ ଓ ସାନିଟାଇଜର୍ ବାଣ୍ଟିଥିଲେ । ଏନେଇ ତାଙ୍କୁ ପାଲେଷ୍ଟାଇନ୍ ର ଅଧିକାରୀ ମାନେ ଖୁବ୍ ପ୍ରଶଂସା କରିଥିଲେ । ମୁକୁଏ ଆର୍ଯ୍ୟ ୨୦୦୮ ବ୍ୟାଚ୍ ର ଭାରତୀୟ ବିଦେଶ ସେବା ଅଧିକାରୀ ଥିଲେ । ସେ କାବୁଲ ଓ ମସ୍କୋରେ ମଧ୍ୟ ମୁତୟନ ହୋଇଥିଲେ । ଏହା ବ୍ୟତୀତ ମୁକୁଲ ପ୍ୟାରିସ୍ ରେ ୟୁନେସ୍କୋ ପାଇଁ ଭାରତର ସ୍ଥାୟୀ ପ୍ରତିନିଧିମଣ୍ଡଳ ରେ ମଧ୍ୟ ସେବା ଦେଇଛନ୍ତି ।

Leave A Reply

Your email address will not be published.