ଭାରତର କଡା ଆଭିମୁଖ୍ୟ: ବ୍ରିଟେନ ନାଗରିକଙ୍କୁ ୧୦ ଦିନ କ୍ୱାରେଂଟାଇନ ବାଧ୍ୟତାମୂଳକ

0

ନୂଆଦିଲ୍ଲୀ: ଭାରତ ସରକାର ଆଜି ବ୍ରିଟେନ ବିପକ୍ଷରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ବ୍ରିଟେନ ନାଗରିକ ଭାରତ ଆସିଲେ ସେମାନଙ୍କୁ ୧୦ ଦିନ କ୍ୱାରେଂଟାଇନ ରହିବା ବାଧ୍ୟତାମୂଳକ କରାଯାଇଛି । ଏପରିକି ଟୀକା ନେଇଥିଲେ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । କରୋନା ମହାମାରୀ ନେଇ ବ୍ରିଟେନ ରାଜନୀତି କରୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି ।

 

ସେହିପରି ଆମେରିକା, ଅଷ୍ଟ୍ରେଲିଆ ଓ ଇସ୍ରାଏଲ ଦେଶର ନାଗରିକଙ୍କ ଯାତ୍ରା ପାଇଁ ବ୍ରିଟେନ ସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ଭାରତ ପାଇଁ କଠୋର ନିୟମ ପ୍ରଣୟନ କରିଥିଲା । କୋଭିଶୀଲ୍ଡ ଟୀକାର ଡବଲ ଡୋଜ ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ ୧୦ ଦିନିକିଆ କ୍ୱାରେଂଟାଇନ ବାଧ୍ୟତାମୂଳକ କରାଯାଇଥିଲା । ଭାରତ ଏ ନେଇ ଆପତି ଉଠାଇଥିଲା । ବ୍ରିଟେନ ଏ ନେଇ କହିଥିଲା ଟୀକାକରଣ ପ୍ରମାଣପତ୍ରରେ ସନ୍ଦେହ ରହୁଥିବାରୁ ନିୟମକୁ କଡା କଡି କରାଯାଇଛି ।

Leave A Reply

Your email address will not be published.