ପୁଣି ଘନେଇଲା ବର୍ଷା-ଅନୁଭବ ବିବାଦ: EDର ଦ୍ୱାରସ୍ତ ହେଲେ ଅନୁଭବ, ଲଗାଇଲେ ସାଂଘାତିକ ଅଭିଯୋଗ

0

କଟକ: ଥମିବାର ନାଁ ନେଉନି ଷ୍ଟାର୍ ଦମ୍ପତ୍ତୀ ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ। ଏବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଇଡିରେ ଫେରାଦ ହୋଇଛନ୍ତି ଅନୁଭବ। ଭିନ୍ନ ପରିଚୟ ଦେଇ ଟିକସ ଫାଙ୍କୁଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ସରକାରୀ ଦସ୍ତାବିଜରେ ବର୍ଷା ନିଜର ଭିନ୍ନ ନାଁ ଦର୍ଶାଇଛନ୍ତି ସରକାରଙ୍କୁ ଚୂନ ଲଗାଉଥିବା ଅନୁଭବ କହିଛନ୍ତି। ଏଭଳି ସଂଘିନ ଅଭିଯୋଗ ନେଇ ବର୍ଷାଙ୍କ ବିରୁଦ୍ଧରେ ଇଡିର ଦ୍ବାରସ୍ଥ ହୋଇଛନ୍ତି ଅନୁଭବ। ଏହିପରି ଭାବରେ ବର୍ଷା ଟିକସ ଫାଙ୍କି କଳାଟଙ୍କା ରଖିଥିବା ନେଇ ଅନୁଭବଙ୍କ ଅଭିଯୋଗ କରିଛନ୍ତି। ଅନୁଭବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଯୁଗ୍ମ ନିର୍ଦ୍ଦେଶକଙ୍କୁ ସିଧାସଳଖ ଚିଠି ଲେଖି ଏହି ବିଷୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଉଦ୍ଦେଶ୍ୟମୂଳକ ଭାବରେ ବର୍ଷା ଟିକସ ଫାଙ୍କି କରିବା ଲାଗି ଭିନ୍ନଭିନ୍ନ ଦସ୍ତାବୀଜରେ ତାଙ୍କର ତ୍ରୁଟିପୁର୍ଣ୍ଣ ପରିଚୟ ଦେଇଛନ୍ତି। ଅନୁଭବ କହିଛନ୍ତି ଯେ ବର୍ଷା କେଉଁ ଦସ୍ତାବୀଜରେ ବର୍ଷା ପ୍ରୟଦର୍ଶନୀ ତ କେଉଁଠି ଭର୍ଷା ପ୍ରିୟଦର୍ଶିନୀ ଲେଖିଛନ୍ତି। ସେହିପରି ମାଟ୍ରିକ୍ ସାର୍ଟିଫିକେଟ୍, ଜନ୍ମ ସାର୍ଟିଫିକେଟ୍, ଆଧାରକାର୍ଡ, ପାନ୍ କାର୍ଡ, ପାସପୋର୍ଟ ଓ ବ୍ୟାଙ୍କ ପାସବୁକରେ ମଧ୍ୟ ତାଙ୍କର ନାମ, ମଝି ନାମ ଓ ସାଙ୍ଗିଆ ଭିନ୍ନ ରହିଥିବା ଅନୁଭବ କହିଛନ୍ତି। ବର୍ଷା ତାଙ୍କର ଭିନ୍ନଭିନ୍ନ ନାଁରେ ଏକାଧିକ ଆକାଉଣ୍ଟ ରଖିଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଦୁହିଁଙ୍କ ମଧ୍ୟରେ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ଦାମ୍ପତ୍ତ୍ୟ କଳି ଏବେ କୋର୍ଟରେ ବିଚାରଧୀନ ରହିଛି। ମାମଲା ଏବେ ଇଡିଙ୍କ ପାଖକୁ ଯିବା ପରେ ଏହି ମାମଲା ଆଉ ପାଦେ ଆଗକୁ ବଢ଼ିଯାଇଛି। ଅନୁଭବ ତାଙ୍କର ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ, ବର୍ଷା ତାଙ୍କର ପ୍ରତ୍ୟେକ ଫିଲ୍ମ ପାଇଁ ୨୦ ଲକ୍ଷ ଟଙ୍କା ନେଇଥାନ୍ତି। ଅର୍ଥାତ୍ ବିବାହ ପୁର୍ବରୁ ବର୍ଷା ବାର୍ଷିକ ୨ କୋଟି ଟଙ୍କା ଆୟ କରୁଥିଲେ। ତେବେ ଏଯାଏଁ ବର୍ଷା ଆୟକର ଦାଖଲ କରିଛନ୍ତି କି ନାହିଁ ବୋଲି ଅନୁଭଭ ପ୍ରଶ୍ନ କରିଛନ୍ତି। ଏହିଭଳି ଭାବରେ ଦିନକୁ ଦିନ ଦମ୍ପତ୍ତିଙ୍କ କଳି ଜଟିଳ ହେବାରେ ଲାଗିଛି।

Leave A Reply

Your email address will not be published.