ସ୍କୁଲରେ କଳା କନା ବୁଲାଇଲେ ଦୁର୍ବୃତ୍ତ

0

ବସ୍ତା (ସେଖ ଜଗିରୁଦ୍ଦିନ) : ରେମୁଣା ବ୍ଳକ୍ କାକୋବରୀ ନୋଡାଲ ହାଇ ସ୍କୁଲରେ ଚୋରି। ଅଫିସର ଚାବି କାଟି ସମସ୍ତ କମ୍ପ୍ୟୁଟର ଓ ଅଫିସ ସରଞ୍ଜାମ ନେଇ କଳା କନା ବୁଲାଛନ୍ତି ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ ଆଜି ସକାଳ ସ୍କୁଲ ପିଅନ ସ୍କୁଲ ପରିସରକୁ ପଯ୍ୟାବେକ୍ଷଣରେ ଆସିଥିବା ବେଳେ ମୁଖ୍ୟ ଗେଟରେ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଖବର ଦେଇଥିଲେ । ମହାମାରୀ କରୋନାରେ ସ୍କୁଲ୍ ଦିର୍ଘ ଦିନ ଧରି ବନ୍ଦ ରହୁଥିବା ବେଳେ ସ୍କୁଲରେ ରାତିରେ କେହି ରହୁନଥିବାର ଫାଇଦା ନେଇ ସ୍କୁଲ୍ ଅଫିସ୍ ଓ ମୁଖ୍ୟ ଗେଟରେ ଇଲେକ୍ଟ୍ରି କଟର ସାହାଯ୍ୟରେ ଲକକୁ କାଟି ସ୍କୁଲ୍ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା କମ୍ପ୍ୟୁଟର ଓ ଅସବାଵ ପାତ୍ର ନେଇଯାଇଥିଲେ । ପ୍ରଧାନ ଶିକ୍ଷକ ରେମୁଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ସ୍କୁଲରେ ପୁର୍ବରୁ ବାରମ୍ବାର ଏହି ପରି ଘଟଣା ଘଟିଥିବା ବେଳେ ସାଧାରଣରେ ନିନ୍ଦା କରାଯାଇଛି ।

Leave A Reply

Your email address will not be published.