ଯବାନ ନକ୍ସଲ ମୁହାଁ ମୁହିଁ : ୩ ନକ୍ସଲ ଗିରଫ

0

ମାଲକାନଗିରି(୨୮/୦୮): ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ଧରାପଡିଲେ ୩ ଜଣ ହାଡକୋର ମାଓବାଦୀ । ଛତିଶଗଡ-ମହାରାଷ୍ଟ୍ର ସିମାନ୍ତ କୋୟାର ଜଙ୍ଗଲରେ ସିଆରପିଏଫ ଓ ସି-୬୦ ବାହିନୀ ପକ୍ଷରୁ ମିଳିତ କମ୍ୱିଂ ଅପରେସନ ଚାଲିଥିବା ସମୟରେ ନକ୍ସଲ ପନ୍ଥିଙ୍କ ସହ ଯବାନମାନେ ମୁହାଁ ମୁହିଁ ହୋଇଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ଯବାନଙ୍କ ହାତରେ ଧରା ପଡିଛନ୍ତି ଏହି ୩ ଜଣ ହଡ଼କୋର ମାଓବାଦୀ । ଗିରଫ ତିନି ଜଣ ମାଓବାଦୀ ହେଲେ ରମେଶ ସୟାବି ପାଲ୍ଲୋ, ରେନୁ ନାରୋଟେ ଓ ଶସି ସମରୁ ପୁଙ୍ଗାଟି । ପୁର୍ବରୁ ଏମାନଙ୍କ ଉପରେ ମହାରାଷ୍ଟ୍ର ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ତେଲେଙ୍ଗାନା, ଛତିଶଗଡ ଓ ମହାରାଷ୍ଟ୍ରର ଅନେକ ହିଂସା କାଣ୍ଡରେ ଏମାନେ ଜଡିତ ଥିବା ଗଡଚିରୋଲି ଏସପି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.