ରାଜନଗର ବୋଇତ ବନ୍ଦାଣରେ କରୋନା ମାଡ଼

0

ପାଟଣା: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦୁଝର ଜିଲ୍ଲା ରାଜନଗର ସ୍ଥିତ ଶୈବ କାବେରୀ ପୀଠରେ ପ୍ରତିବର୍ଷ ଧୁମ ଧାମରେ ପାଳନ ହୁଏ ବଇତ ବନ୍ଦାଣ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କାବେରୀ ତିଥରେ ସ୍ନାନ କଲେ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଛି । ଏହି ବିଶ୍ୱାସରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାତଃ ୩ ଘଟିକାରୁ ପୀଠରେ ଭିଡ ଜମିବା ସହ ଭଜନ କୀର୍ତ୍ତନ ସମେତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପୀଠ ଝଲସି ଉଠିଥାଏ । ମାତ୍ର ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି । କାର୍ଯ୍ୟକ୍ରମ ବାତିଲ ନେଇ କମିଟିର ଜରୁରୀ କାଳୀନ ବୈଠକ ପରେ ସୂଚନା ମିଳିଛି ।

ବୋଇତ କମିଟି ତରଫରୁ ରବିବାର ବୈତରଣୀ ନଦୀର ଶୈବ୍ୟା କାବେରୀ ପୀଠରେ ଜରୁରୀ କାଳୀନ ବୈଠକ ଡକା ଯାଇଥିଲା। ଏହି ବୈଠକରେ କମିଟି ସଦସ୍ୟ ଭାଗିରଥି ସିଂହ, ଧରଣୀଧର ଦାସ, ଦିଲୀପ ସିଂହ, ଦେବେନ୍ଦ୍ର ସିଂହ, ପ୍ରଫୁଲ୍ଲ ବେହେରା ଓ ତୃପ୍ତି ରଞ୍ଜନସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.