ବିଧାନ ପରିଷଦ ପ୍ରସଙ୍ଗ : କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

0

ଭୁବନେଶ୍ୱର : ବିଧାନ ପରିଷଦ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଚିଠି । ବିଧାନ ପରିଷଦ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚିଠିରେ ବାଚସ୍ପତି ବିଧାନ ପରିଷଦ ପ୍ରସଙ୍ଗରେ ପର୍ଯ୍ୟାୟକ୍ରମେ ସମସ୍ତ ବିଷୟ ଉଲ୍ଲେଖ କରିଛନ୍ତି । ପ୍ରଥମ ଚିଠିରେ ବାଚସ୍ପତି ୨୦୧୮ରେ ଦିଆଯାଇଥିବା ସମସ୍ତ ତଥ୍ୟକୁ ସଲଗ୍ନ କରି ପଠାଇଛନ୍ତି । ଦ୍ୱିତୀୟ ଚିଠିରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଯାଇଛି । ୧୦୧୮ରେ ବିଧାନସଭା ପକ୍ଷରୁ ଦିଆଯାଇଥିବା ଚିଠି କିପରି ପହଁଞ୍ଚି ନାହିଁ କେନ୍ଦ୍ରକୁ ସେ ବିଷୟରେ ଅନୁଧ୍ୟାନ କରିବା ପାଇଁ ବାଚସ୍ପତି ଅନୁରୋଧ କରିଛନ୍ତି ।

 

ସୂଚନା ଅନୁସାରେ ବିଧାନ ପରିଷଦ ଗଠନ ପାଇଁ ଓଡିଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ କେନ୍ଦ୍ର କହିବା ପରେ । କେନ୍ଦ୍ରମନ୍ତ୍ରୀ ରିଜଜୁଙ୍କ ମନ୍ତବ୍ୟକୁ ନେଇ ଓଡିଶା ରାଜନୀତି ମହଲରେ କମ୍ପନ ସୃଷ୍ଟି ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ରିଜୁଙ୍କ ଉତ୍ତରକୁ ବାଚସ୍ପତି ଦୁର୍ଭାଗ୍ୟଜନକ ବୋଲି କହିଥିଲେ।

Leave A Reply

Your email address will not be published.