ମହାରାଷ୍ଟ୍ରର କେମିକାଲ ଫେକ୍ଟରୀରେ ଅଗ୍ନିକାଣ୍ଡ
ମୁମ୍ବାଇ: ପୁଣି ମହାରାଷ୍ଟ୍ରର ଏକ କେମିକାଲ ଫେକ୍ଟରୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରୁ ପୁନେର କୁରକୁମ୍ଭ ଏମ୍ଆଇଡିସି ଅଂଚଳରେ ଥିବା ଏକ ରାସାୟନିକ କାରଖାନାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଚାରିଆଡେ ପୁରା ଧୁଆଁମୟ ହୋଇଯାଇଥିଲା ।
ସେପଟେ ନିଆଁ ଲାଗି କାରଖାନାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଖବର ପାଇ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ଗାଡି ପହଂଚି ନିଆଁକୁ ଆୟତ କରିଛି । ତେବେ ଏଥିରେ କେହି ବି ମୃତାହତ ହୋଇନଥିବା ଜଣାପଡିଛି । ତେବେ ଫେକ୍ଟରୀରେ କେଉଁ କାରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ତଥ୍ୟ ମିଳିପାରି ନାହିଁ ।