ମମିତା ହତ୍ୟା ମାମଲା: ସେକ୍ସ ରାକେଟ୍ ନେଇ ମୁହଁ ଖୋଲିଲେ କଲେଜ ଛାତ୍ର

0

ବଲାଙ୍ଗୀର: ମମିତା ମେହେରଙ୍କ ହତ୍ୟା ମାମଲାରେ ଗୋବିନ୍ଦ ସାହୁଙ୍କୁ ଜେରା କରୁଥିବାବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏବେ ମୁହଁ ଖୋଲିଛନ୍ତି କଲେଜର ଛାତ୍ରମାନେ। ଗୋବିନ୍ଦ ସାହୁ କଲେଜରେ ଏକ ସେକ୍ସ ରାକେଟ୍ ଚାଲିଥିବା କଲେଜର ଛାତ୍ରମାନେ ପ୍ରକାଶ କରିଛନ୍ତି।

 

ଏକ ପ୍ରମୁଖ ଟେଲିଭିଜନ ଚ୍ୟାନେଲ ସହିତ ଫୋନ ଯୋଗେ କଥାବାର୍ତ୍ତା କରୁଥିବାବେଳେ ଜଣେ ଛାତ୍ର ନିଜ ପରିଚୟ ନଦେଇ କହିଛନ୍ତି ଯେ, କଲେଜକୁ ମୋବାଇଲ ଫୋନ୍ ନେବାକୁ ଅନୁମତି ଦିଆଯାଇନଥିଲା। ସେହି ଅଳ୍ପ କିଛି ଝିଅମାନେ ହିଁ ସେକ୍ସ ରାକେଟରେ ଥିଲେ ବୋଲି ଛାତ୍ର କହିଛନ୍ତି। ଛାତ୍ର ଜଣକ କହିଛନ୍ତି ଯେ, କଲେଜ ପରିସରରେ ହୋଇଥିବା ଏକ କାର୍ଯ୍ୟକ୍ରମରେ କିଛି ଝିଅଙ୍କ ହାତରେ ମୋବାଇଲ ଦେଖିବାକୁ ମିଳିଥିଲା। ଯେଉଁମାନେ ସେକ୍ସ ରାକେଟରେ ଥିଲେ ସେମାନଙ୍କୁ ମୋବାଇଲ ନେବାକୁ ଅନୁମତି ଥିଲା।

Leave A Reply

Your email address will not be published.