ମାତିଛି ବାଲି ମାଫିଆ: ତହସିଲଦାର-ପୁଲିସର ମିଳିତ ଚଢାଉରେ ୧୧ଜଣ ଗିରଫ

0

ଢେଙ୍କାନାଳ : ମାତିଛି ବାଲି ମାଫିଆ । ବର୍ଷ ବର୍ଷ ଧରି ଚାଲିଛି ବେଆଇନ୍ ବାଲି ଚାଲାଣ । ପ୍ରତିଦିନ ନଦୀରୁ ଟ୍ରକ୍ ଟ୍ରକ୍ ବାଲି ଚୋରାରେ ଚାଲାଣ ହେବାରେ ଲାଗିଛି । ଢେଙ୍କାନାଳ ପରଜଙ୍ଗ ସରାଙ୍ଗ ଗାଁ ନିକଟରେ ବ୍ରାହ୍ମଣୀ ନଦୀରେ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ଆଜି ତହସିଲଦାର ଓ ପୁଲିସର ମିଳିତ ଚଢାଉ କରାଯାଇଛି ।

 

ଚଢାଉ ସମୟରେ ଗୋଟିଏ ପିସି ମେସିନ୍ , ୧୦ଟି ବାଲି ବୋଝେଇ ଟ୍ରକ୍ ଜବତ କରାଯାଇଛି। ସେହିଭଳି ୧୧ଜଣ ବାଲି ମାଫିଆକୁ ଗିରଫ କରିଛି ପୁଲିସ। ଏହି ଅଭିଯୁକ୍ତ ମାନେ ଦୀର୍ଘବର୍ଷ ଧରି ଏହି ଅଞ୍ଚଳରୁ ବାଲି ଚାଲାଣ କରିବାରେ ସକ୍ରିୟ ରହିଥିଲେ। ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ୍ ହେବାରେ ଲାଗିଥିଲା।

 

ତେବେ ଆଗାମୀ ଦିନରେ ବ୍ରାହ୍ମଣୀ ନଦୀ ଘାଟରେ ହେଉଥିବା ସମସ୍ତ ବେଆଇନ୍ ବାଲି ଚାଲାଣ ସବୁ ରୋକାଯିବା ସହିତ ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.