ଆସିଲା ନୂଆ ନିୟମ ! ବିନା ମୋବାଇଲ, କାର୍ଡରେ ଉଠିବ ଟଙ୍କା । ଟିପ ମାରିଲେ ମେସିନରୁ ବାହାରିବ ଟଙ୍କା .ଜାଣନ୍ତୁ ସଂମ୍ପୂର୍ଣ୍ଣ ବିବରଣୀ…..

0

ବିନା ମୋବାଇଲ, କାର୍ଡରେ ଉଠିବ ଟଙ୍କା । ଟିପ ମାରିଲେ ମେସିନରୁ ବାହାରିବ ଟଙ୍କା । ଏଣିକି ବିନା ମୋବାଇଲ୍ ଏବଂ ଏଟିଏମ୍ କାର୍ଡ ରୁ ଉଠାଇ ପାରିବେ ଟଙ୍କା । ପାଖରେ ଡେବିଟ୍ କାର୍ଡ କିମ୍ବା ମୋବାଇଲ୍ ନ ଥିଲେ ବି ଏଟିଏମ୍ ମେସିନରୁ ଟଙ୍କା ଉଠାଇ ପାରିବେ ।
ତେବେ ଭାରତରେ ଏଭଳି ଅନେକ ପ୍ରକାର ବ୍ୟାଙ୍କ ରହିଛି ଯେଉଁଥିରେ ଆପଣ ବିନା ଏଟିଏମ୍ କାର୍ଡରେ ଏଟିଏମ୍ ମେସିନ୍ ରୁ ଟଙ୍କା ଉଠାଇ ପାରିବାର ସୁବିଧା ଅଛି । କିନ୍ତୁ ଏଥିପାଇଂ ନିଜର ମୋବାଇଲ୍ ନମ୍ବର ଏବଂ ପିନ୍ ର ବି ଆବଶ୍ୟକତା ପଡି ଥାଏ । ମାତ୍ର ଏଟିଏମ୍ କାର୍ଡ ଏବଂ ମେବାଇଲ୍ ଫୋନ୍ ନ ଥିଲେ ବି ଏବେ ଆପଣ ମେସିନ୍ ରୁ ମନ ଇଚ୍ଛା ଟଙ୍କା ଉଠାଇ ପାରିବେ ।

ତେବେ କହିରଖୁଛୁ କି, ଏହି ସୁବିଧା ବର୍ତ୍ତମାନ DCB Bank ପକ୍ଷରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ କରା ଯାଇଛି । ତେବେ ବ୍ୟାଙ୍କ ତରଫରୁ ଏହି ସୁବିଧା 2016 ରେ ଆରମ୍ଭ କରା ଯାଇ ଥିବା ବେଳେ ଦେଶରେ ପ୍ରଥମ ଆଧାର ଆଧାରିତ ଏଟିଏମ୍ ମୁମ୍ବାଇରେ ସ୍ଥାପନ କରା ଯାଇଛି । ଫଳରେ ଖାତାଧାରୀଙ୍କ ପରିଚୟ ସେମାନଙ୍କର ଫିଙ୍ଗରପ୍ରିଣ୍ଟ ଏବଂ ରେଟିନା ଆଦି ଜରିଆରେ କରା ଯାଇ ପାରିବ ।

ଯଦି ଆପଣ ଟଙ୍କା ଉଠାଇବା ପାଇଁ ଏଟିଏମ୍ ଯାଇଛନ୍ତି ଏବଂ ସାଥିରେ ଏଟିଏମ କାର୍ଡ ନେବାକୁ ଭୁଲି ଯାଇଛନ୍ତି , ତେବେ ଏଥି ପାଇଁ ଆପଣଙ୍କୁ ଆଉ ବ୍ୟସ୍ତ ହେବା କୁ ପଡିବନି । କାରଣ ଡେଭଲପମେଣ୍ଟ କ୍ରେଡିଟ ବ୍ୟାଙ୍କ ତଥା DCB Bank ଆରମ୍ଭ କରିଛି ଆଧାର ବେଷ୍ଟ ଅଥେଣ୍ଟିକ୍ ଏସନ୍ ସୁବିଧା । ଯେଉଁଥିରେ ଆପଣ ବିନା ମୋବାଇଲ୍ ଏବଂ ଏଟିଏମ୍ କାର୍ଡରୁ ବି ମେସିନରୁ ଟଙ୍କା ଉଠାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କ ର ବ୍ୟାଙ୍କ ଆକାଉଣ୍ଡ ଆଧାର ନମ୍ବର ସହିତ ଲିଙ୍କ ଥିବା ନିହାତି ଜରୁରୀ ଅଟେ ।

ବର୍ତ୍ତମାନ ସମୟ ରେ ଅଧିକାଂଶ ଲୋକଙ୍କ ର ବ୍ୟାଙ୍କ ଖାତା ଆଧାର କାର୍ଡ ସହିତ ଲିଙ୍କ ରହିଛି । DCB Bank ର ଗ୍ରାହକଙ୍କ ଏଟିଏମ୍ ମେସିନକୁ ଆଉ କାର୍ଡ ନେଇ ଯିବାର ଆବଶ୍ୟକତା ପଡୁନି । କାହିଁକି ନାଁ କେବଳ ଫିଙ୍ଗରପ୍ରିଣ୍ଟ ରେ ହିଁ ଆକାଉଣ୍ଡ ହୋଲ୍ଡରଙ୍କ ପରିଚୟ ଚିହ୍ନଟ ହୋଇ ପାରୁଛି । ସେହିପରି ବାୟୋମେଟ୍ରିକ ସିଷ୍ଟୋମ ହେଉଛି ପରିଚୟ ପଞ୍ଜିକରଣ ଚିହ୍ନଟର ଏକ ଜରିଆ ।

ଏଥିରେ ଖାତାଧାରୀଙ୍କ ପରିଚୟ ସେମାନଙ୍କ ଫିଙ୍ଗରପ୍ରିଣ୍ଟ , ରେଟିନାସ୍କାନ୍ ଆଦି ସହାୟତାରେ ହୋଇଥାଏ । ଆଉ ଏହି ସୁବାଧା ଏବେ DCB Bank ପକ୍ଷରୁ ଯୋଗାଇ ଦିଆଯାଇଛି ଗ୍ରାହକ ମାନଙ୍କ ସୁବିଧା ପାଇଁ । ତେବେ ଆଧାର ବେଷ୍ଟ ଏଟିଏମ ରେ ଆକାଉଣ୍ଡଧାରୀ ଏଟିଏମ ନମ୍ବର ଏବଂ ଫିଙ୍ଗରପ୍ରିଣ୍ଟ ଜରିଆରେ ଏଟିଏମ୍ ମେସିନରୁ ଟଙ୍କା ଉଠେଇ ପାରିବେ ।

Leave A Reply

Your email address will not be published.