ମା ଶାରଳାଙ୍କ ପୀଠ; ଯେଉଁଠି ପୋୖରାଣିକ ସମୟରୁ ହେଉଛି ତନ୍ତ୍ର ସାଧନା

0

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ମା’ ଶାରଳାଙ୍କ ପୀଠ। ପୌରାଣିକ ଯୁଗରୁ ଏଠାରେ ତନ୍ତ୍ର ସାଧନା ହେବାର ଲୋକକଥା ରହିଛି ଯାହା ଆଜିବି ଚାଲିଛି। ଓଡ଼ିଆ ମହାଭାରତରେ ବର୍ଣ୍ଣନା ଅନୁଯାୟୀ, ଦେବୀ ଶାରଳା ସାରୋଳ ଚଣ୍ଡୀ ରୂପରେ ୧୫୦୦ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରସିଦ୍ଧ ଥିଲେ । ଚଣ୍ଡୀ ବା ସପ୍ତସତୀ ମାର୍କଣ୍ଡେୟ ପୁରାଣରେ ବ୍ରାହ୍ମଣ ସମ୍ପ୍ରଦାୟଙ୍କ ଶାକ୍ତ ତନ୍ତ୍ରବିଦ୍ୟା ବୋଲି ବର୍ଣ୍ଣିତ ଅଛି ।

ବିଦ୍ୟମାନତା ଓ ଦେବୀ ଶାରଳାଙ୍କର ସଂସ୍କୃତି ମାର୍କଣ୍ଡେୟ ଋଷିଙ୍କ ରଚିତ ସପ୍ତସତୀ ଚଣ୍ଡୀରୁ ଆସିଛି । ଗ୍ରନ୍ଥର ବର୍ଣ୍ଣନା ଅନୁସାରେ ଦେବୀ ଲାଭ କରିଛନ୍ତି ଶିବଙ୍କ ତ୍ରିଶୂଳ, ବିଷ୍ଣୁଙ୍କ ଚକ୍ର, ବାୟୁଙ୍କ ଧନୁ, ସୂର୍ଯ୍ୟଙ୍କ ତୀର, ବିଶ୍ୱକର୍ମାଙ୍କ କୁରାଢ଼ୀ, ଇନ୍ଦ୍ରଙ୍କ ବଜ୍ର, ଐରାବରର ଘଣ୍ଟି ଓ ହିମବାନଙ୍କ ସିଂହ।

ଦେବୀ ଶାରଳାଙ୍କ ପ୍ରତିମାଙ୍କର ଏହାକୁ ମୁଖ୍ୟ ଉତ୍ସ ରୂପେ ଗ୍ରହଣ କରାଯାଏ । ମନ୍ଦିର ଭିତରେ ଶ୍ରୀଚଣ୍ଡୀଙ୍କର ପବିତ୍ର ଶ୍ଳୋକ ପାଠ କରିବା ଏକ ଅତ୍ୟନ୍ତ ପବିତ୍ର କର୍ମ ଅଟେ । ମା’ଙ୍କ ପାଖରେ ସବୁଦିନ ପବିତ୍ର ଶ୍ଳୋକ ପାଠ କରିବା କେବଳ ଏକ ମୁଖ୍ୟକର୍ମ ନୁହେଁ, ବରଂ ଏହା ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରେ ।

କେଉଁ ଆବାହମାନ କାଳରୁ ରୀତିନୀତିରେ ତନ୍ତ୍ରପାଠ ଚାଲିଆସୁଛି, ଯାହାକି ନିଃସନ୍ଦେହରେ ପ୍ରମାଣ କରେ ଏହା ଏକ ମହାନ ଶାକ୍ତ ତନ୍ତ୍ରପୀଠ । ପଣ୍ଡା ପୂଜକଙ୍କ ଦ୍ୱାରା ପଞ୍ଚ ‘ମ’କାର ପୂଜା କର୍ମ ପ୍ରାତ୍ୟହିକ ପୂଜାକର୍ମରେ ଦେଖାଯାଏ, ଯେଉଁଥିରେ ନୈବେଦ୍ୟରେ ନଡ଼ିଆ ପାଣି, ବିରି ତିଆରି ପିଠା ଓ ବିଭିନ୍ନ ପ୍ରକାର ଅନ୍ନ ଅର୍ପଣ କରାଯାଏ । ଏହି ପୂଜାକର୍ମଗୁଡ଼ିକ ତନ୍ତ୍ରର ପଞ୍ଚ ‘ମ’କାର ପ୍ରତିରୂପ । ରାଉଳ (ମାଙ୍କର ଶୁଦ୍ରସେବକ )ଙ୍କ ଦ୍ୱାରା ପରିବେଷଣ କରାଯାଉ ଥିବା ଘଟନୃତ୍ୟ ଆଉଏକ ତନ୍ତ୍ରପୂଜା କର୍ମ ଅଟେ । ରାଉଳକୁ ଓଡ଼ିଆ ମହାଭାରତରେ ‘ମହାଗୁଣିଆ’ ରୂପେ ବର୍ଣ୍ଣନା କରାଯାଇଛି।

ଏକ କାଠଦଣ୍ଡ ଉପରେ ଜଳପୂର୍ଣ୍ଣ ଘଟ ଫୁଲରେ ସଜ୍ଜିତ ହୋଇଥାଏ, ରାଉଳ ଶାଢ଼ୀ, ଖଡ଼ୁ, ପାହୁଡ, ସିନ୍ଦୂର, କଜ୍ଜଳ ଓ ବିଭିନ୍ନ ପ୍ରକାର ଅଳଙ୍କାରରେ ସଜେଇ ହୋଇଥାଏ । ପୌରାଣିକ ବର୍ଣ୍ଣନା ଅନୁସାରେ , ନିଜକୁ ମନୋରମଭାବେ ସଜେଇ ହୋଇ ଘଟକୁ ମୁଣ୍ଡାଇ କୌଣସି ସହାୟତା ବିନା ସେ ଢଳି ଢଳି ନାଚ କରେ । ରାଉଳର ନୃତ୍ୟଭଙ୍ଗୀ ଦେବୀଙ୍କର ଇଛାରେ ହୁଏ ବୋଲି ମନେକରାଯାଏ ।

ଏହି ରୀତି ଶାକ୍ତତନ୍ତ୍ରର ଏକ ପ୍ରାଚୀନ ପ୍ରଥା ବୋଲି ଜଣାଯାଏ ଯାହାକୁ ବିଭିନ୍ନ ଶକ୍ତିପୀଠରେ ଆଦରି ନିଆଯାଇଛି । ଦଶହରାର ମହାଷ୍ଟମୀ ସନ୍ଧି ପୂଜା ଉପଲକ୍ଷେ ପଶୁବଳି ଦିଆଯାଏ(ଯାହା ବହୁଦିନରୁ ବନ୍ଦ କରାଯାଇଛି), ଏହା ଏକ ଶାକ୍ତ ତନ୍ତ୍ରପୀଠ ବୋଲି ପ୍ରମାଣ ଦିଏ ଯଦିଓ ଏବେ ଆଉ ଏହା ପ୍ରଚଳିତ ରୀତିନିତିରେ ପରିଦୃଷ୍ଟ ହୁଏନାହିଁ । ମୁଖ୍ୟ ବା ଧ୍ରୁବବିଗ୍ରହରୁ ସ୍ପଷ୍ଟଭାବେ ଜଣାପଡ଼େ ପ୍ରତିମା ମାତଙ୍ଗୀ ଓ ମହିଷାମର୍ଦ୍ଦିନୀର ସମ୍ମିଶ୍ରଣ ।

Leave A Reply

Your email address will not be published.