ଜାତୀୟ ଜୁନିୟର ଖୋ ଖୋ ଉଦଯାପିତ: ବାଳକ, ବାଳିକା ବିଭାଗରେ ମହାରାଷ୍ଟ୍ର ଚାମ୍ପିୟନ, ଓଡିଶା ତୃତୀୟରେ ସନ୍ତୁଷ୍ଟ

0

ଭୁବନେଶ୍ୱର: କିଟ ଡିମଡ ୟୁନିଭରସିଟିର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ଖୋ ଖୋର ଉଭୟ ବାଳକ ଏବଂ ବାଳିକା ବିଭାଗରେ ଚାମ୍ପିୟନ ହୋଇଛି ମହାରାଷ୍ଟ୍ର । ଓଡିଶା ଉଭୟ ବିଭାଗରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ମହାରାଷ୍ଟ୍ର ବାଳକ ବିଭାଗ ଫାଇନାଲରେ ଦିଲ୍ଲୀକୁ ଏବଂ ବାଳିକା ବିଭାଗରେ କୋହ୍ଲାପୁରକୁ ପରାସ୍ତ କରିଥିଲା ।ବାଳକ ବିଭାଗର ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ପଶ୍ଚିମବଙ୍ଗକୁ ଆୟୋଜକ ଓଡିଶା ଏବଂ ବାଳିକା ବିଭାଗରେ କର୍ଣ୍ଣାଟକକୁ ହରାଇଥିଲା । ପୂର୍ବରୁ ସେମିଫାଇନାଲ ମୁକାବିଲାରେ ଓଡିଶା ଉଭୟ ବାଳକ ଏବଂ ବାଳିକା ବିଭାଗ ସେମିଫାଇନାଲରେ ମହାରାଷ୍ଟ୍ର ନିକଟରୁ ପରାଜିତ ହୋଇ ଯାଇଥିଲା ।  ଓଭରାଲ ୧୫,୨୦,୦୦୦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଓଡିଶାର ପବନି ସବାର ବାଳକ ବିଭାଗରେ ଶ୍ରେଷ୍ଠ ଚେଜର ବିବେଚିତ ହୋଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀର ରିତ୍ୱିକ (ବାଳକ, ଶ୍ରେଷ୍ଠ ଡିଫେଣ୍ଡର), ଆଦିତ୍ୟ କୁଡାଲେ (ଶ୍ରେଷ୍ଠ ଖେଳାଳି, ବାଳକ), ଭୃଷାଳୀ ଭୋୟେ (ଶ୍ରେଷ୍ଠ ଚେଜର, ମହାରାଷ୍ଟ୍ର), ବୈଷ୍ଣବୀ ପାୱାର (ଶ୍ରେଷ୍ଠ ଡିଫେଣ୍ଡର, କୋହ୍ଲାପୁର) ଓ ମହାରାଷ୍ଟ୍ରର ଅଶ୍ୱୀନ ସିନ୍ଧେ ଶ୍ରେଷ୍ଠ ବାଳିକା ଖେଳାଳି ବିବେଚିତ ହୋଇଥିଲେ । ଫାଇନାଲ ମ୍ୟାଚରେ ନାଲକୋ ଚେୟାରମ୍ୟାନ ଶ୍ରୀଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଆର.ଭିନିଲ କ୍ରିଷ୍ଣା, ଗଗନେନ୍ଦୁ ଦାସ, ଏମଏସ ତ୍ୟାଗୀ ଉପସ୍ଥିତ ଥିଲେ । ୫୩ ଟିମର ୬୦୦ ଆଥଲେଟ ଏହି ମେଗା ଇଭେଂଟରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.