ରାଜ୍ୟବାସୀଙ୍କୁ ନୂଆଖାଇର ଅଭିନନ୍ଦନ ଜଣାଇଲେ ନବୀନ

0

ଭୁବନେଶ୍ୱର(୧।୯): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁଖାଇ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଚଳିତ ବର୍ଷ ରବି ଫସଲ ପାଇଁ ୮୬୯ କୋଟି ଟଙ୍କାର କାଳିଆ ଟଙ୍କା ସହାୟତା ପ୍ରଦାନର ଶୁଭାରମ୍ଭ କରିବାକୁ ଯାଉଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ଏଥିରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ ୮୧ ହଜାର ଭୂମିହୀନ କୃଷକ ପରିବାର ଉପକୃତ ହେବେ ବୋଲି ସେ ଟୁଇଟ୍‌ କରି କହିଛନ୍ତି।

Leave A Reply

Your email address will not be published.