ଶ୍ରୀଜିଉଙ୍କ ଦର୍ଶନ ଲାଗି ନୂଆ ଗାଇଡ଼୍‌ଲାଇନ୍‌ ଜାରି

0

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ନୂଆ ଏସ୍‌ଓପି । ତେବେ ଏହି ଏସ୍‌ଓପି କେବଳ ପୁରୀବାସୀଙ୍କ ଲାଗି ହୋଇଛି। ପୁରୀ ପୌରଞ୍ଚଳର ୩୨ ୱାର୍ଡ଼ରେ ବଂଟନ ହେବ ଟୋକନ୍‌। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ। ପୂର୍ବଭଳି କିଓସ୍କ ମାଧ୍ୟମରେ ଟୋକନ୍ ଓ ଆଧାରକାର୍ଡ ଦେଖାଇବେ ।

 

ଏହାସହ ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନକଙ୍କ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ ବରଂ ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଭକ୍ତ। କିନ୍ତୁ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବା ବାରଣ କରାଯାଇଛି। ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ବସି ପ୍ରସାଦ ସେବନ କରିବାକୁ ମଧ୍ୟ ମନା କରାଯାଇଛି।

Leave A Reply

Your email address will not be published.