ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ପୂର୍ବରୁ କେବେ ହୋଇଥିଲେ ସିଏମ୍ ?

0

ପାଟନା: ବିହାର ବାଜି ଜିତିଛି ଏନଡିଏ । ୧୨୫ ଆସନରେ ବହୁମତ ହାସଲ କରିଛନ୍ତି । ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ମୁଖ୍ୟ ନୀତିଶ କୁମାର । ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବେ ନୀତିଶ । ସେ ବିହାରର ୩୭ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ।

ବିହାର ରାଜନୀତିରେ ଏକ ଲମ୍ବା ଇନିଂସ ଖେଳି ଚାଲିଛନ୍ତି ନୀତିଶ କୁମାର । ଏଥର ତାଙ୍କ ଦଳ ଜେଡିୟୁର ସିଟ୍ ସଂଖ୍ୟା ଖସିଛି । ତଥାପି ସେ ହେବେ ବିହାର ମୁଖ୍ୟମନ୍ତ୍ରୀ । ଏହା ତାଙ୍କର ଶେଷ ନିର୍ବାଚନ ବୋଲି ବିଭିନ୍ନ ରାଲିରେ ଘୋଷଣା କରିଥିଲେ ନୀତିଶ କୁମାର ।

– ୨୦୦୦ ମସିହା ମାର୍ଚ୍ଚ ୩ ତାରିଖରେ ପ୍ରଥମ ଥର ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ କୁମାର । ବହୁମତ ହାସଲ କରି ନପାରିବାରୁ ସାତ ଦିନରେ ଭାଙ୍ଗିଥିଲା ସରକାର ।
– ୨୦୦୫ ମସିହା ନଭେମ୍ବର ୨୪ ତାରିଖରେ ଦ୍ୱିତୀୟ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।
– ୨୦୧୦ ମସିହା ନଭେମ୍ବର ୨୬ ତାରିଖରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଥିଲେ ।
– ୨୦୧୫ ମସିହା ଫେବ୍ରୁଆରୀ ୨୨ରେ ନୀତିଶ କୁମାର ଚତୁର୍ଥ ଥର ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ।
– ଆରଜେଡି ଓ କଂଗ୍ରେସ ସହ ମହାମେଣ୍ଟ ସରକାରରେ ୨୦୧୫ ମସିହା ନଭେମ୍ବର ୨୦ ତାରିଖରେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।
– ମହାମେଣ୍ଟ ସହ ସମ୍ପର୍କ ଛିନ୍ନ ପରେ ବିଜେପି ସହ ହାତ ମିଳାଇଥିଲେ । ୨୦୧୭ ଜୁଲାଇ ୨୭ ତାରିଖରେ ଷଷ୍ଠ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ ।

Leave A Reply

Your email address will not be published.