ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ଭତ୍ତା, ରାସନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ବନ୍ଦ: ପ୍ରମିଳା ମଲ୍ଲିକ

0

ଯାଜପୁର: ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ସବୁ ବନ୍ଦ ବୋଲି ଆଜି ଭୋଟରଙ୍କୁ ରୋକଠୋକ୍ କହିଥିଲେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ପ୍ରମିଳା ଏକ ଦଳୀୟ ପ୍ରଚାର କରୁଥିବା ସମୟରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରମିଳାଙ୍କ ଏଭଳି ବକ୍ତବ୍ୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବୁଦ୍ଧିଜୀବୀ । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିରୋୀ ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି, ବିଂଝାରପୁର ବ୍ଲକ ଅଳକୁଣ୍ଡ ପଞ୍ଚାୟତ ତଥା ଗ୍ରାମରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବାଧାୟିକା ପ୍ରମିଳା ମଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ମାଛ ଚିହ୍ନରେ ଭୋଟ ଦେବା ସହ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେଠାରେ ଉପସ୍ଥିତ ଥିବା ଜନତାଙ୍କୁ କହିଥିଲେ। ଯଦି ଆଉ କାହାକୁ ଭୋଟ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘର ପାଇଁ ମୋତେ କହିବନି ବୋଲି ଉପସ୍ଥିତ ଲୋକଙ୍କୁ ରୋକଠୋକ କହିଥିଲେ। ଏହି ଘଟଣାକୁ ରାଜ୍ୟ ନିର୍ବାଚନ କମିଶନ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.