ରାଜ୍ୟରେ ବ୍ୟାନ ହେବ ଅନଲାଇନ୍‌ ଗେମ୍‌, ବରିଷ୍ଠ କମିଟିରେ ଉପସ୍ଥାପିତ ହେବ ପ୍ରସ୍ତାବ

0

ନୂଆଦିଲ୍ଲୀ : ଖୁବ ଶୀଘ୍ର ରାଜ୍ୟରେ ଅନଲାଇନ୍ ଗେମ୍ ଉପରେ ଲାଗିବ ପ୍ରତିବନ୍ଧକ। ଅନଲାଇନ୍ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗୃହ ବିଭାଗ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ବରିଷ୍ଠ କମିଟିରେ ଏହି ପ୍ରସ୍ତାବ ଉପସ୍ଥାପନା କରାଯିବ ।

 

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ଅନଲାଇନ୍ ଗେମରେ ଖେଳିବା ପାଇଁ ପିଲାମାନଙ୍କର ଇଚ୍ଛା ବଢୁଛି । ଯାହାକି ତାଙ୍କ ମାନସିକ ସ୍ଵାସ୍ଥ୍ୟ ପାଇଁ ବହୁତ ଖରାପ ପ୍ରଭାବ ପକାଇବ। ଅନଲାଇନରେ ଗେମ୍‌ ଖେଳୁଥିବା ବେଳେ ଜଣେ ୧୧ ବର୍ଷର ବାଳକର ଆତ୍ମହତ୍ୟା ପରେ ଏହି ଘୋଷଣା କରାଯାଇଥିଲା । ସେବେଠାରୁ ସରକାର ଏହାର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଥିଲେ । ତେବେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରି ମଧ୍ୟପ୍ରଦେଶରେ ଅନଲାଇନ୍ ଗେମକୁ କିପରି ନିଷିଦ୍ଧ କରାଯିବ ସେନେଇ ପ୍ରସ୍ତାବ ବରିଷ୍ଠ କମିଟିରେ ଉପସ୍ଥାପିତ ହେବ ।

 

ଏନେଇ ଏହି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଜୁଆ ଖେଳ ଆଇନକୁ ମଧ୍ୟ ବରିଷ୍ଠ ସଚିବ କମିଟି ନିକଟକୁ ପଠାଯାଉଛି । ଏହା ପରେ କ୍ୟାବିନେଟ ସମ୍ମୁଖରେ ଏହି ପ୍ରସ୍ତାବ ଅଣାଯିବ । ତେବେ ଅନ୍ୟ କୌଣସି ସ୍ଥାନରେ ଏପରି ବ୍ୟବସ୍ଥା କରାଯିବ କି ନାହିଁ ତାହା ବିଷୟରେ କୁହାଯାଇ ନାହିଁ ।

Leave A Reply

Your email address will not be published.