ଇତିହାସ ରଚିଲେ ପନ୍ତ

0

ଜୋହାନ୍ସବର୍ଗ: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବ୍ୟାଟିଂରେ ଭାରତର ରିଷଭ ପନ୍ତ କମାଲ କରିପାରି ନ ଥିଲେ ଉଇକେଟ କିିପିଂରେ କିର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ କମ ମ୍ୟାଚରେ ୧୦୦ କ୍ୟାଚ ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀ ୪୦ ଟେଷ୍ଟରେ ଏହି କୀର୍ତିମାନ ସ୍ଥାପନ କରିଥିବା ବେଳେ ପନ୍ତ ମାତ୍ର ୨୭ ମ୍ୟାଚରେ ଏହି ଗୌରବ ଅର୍ଜନ କରିଛନ୍ତି ।

ଭାରତର ୪ର୍ଥ ୱିକେଟକିପର ଭାବେ ପନ୍ତ ୧୦୦ କ୍ୟାଚ ନେଇଛନ୍ତି । ସେହିପରି ଦ୍ରୁତ ୧୦୦ ଡିସମିସାଲ କରିବାରେ ମଧ୍ୟ ପ୍ରଥମ ଭାରତୀୟ ହୋଇଛନ୍ତି । ଧୋନୀ ୩୬ ଟେଷ୍ଟରେ ଏହି ରେକର୍ଡ କରିଥିବା ବେଳେ ପନ୍ତ ମାତ୍ର ୨୭ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.