ପୋଲିସକୁ ବଡ଼ ସଫଳତା, ୬୫୩ କେଜି ଗଞ୍ଜେଇ ଜବତ

0

ରାୟଗଡା : ପୋଲିସକୁ ମିଳିଲା ବଡ଼ ସଫଳତା । ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ହାତରେ ଧରାପଡ଼ିଲା ଗଞ୍ଜେଇ । ରାୟଗଡା ଜିଲ୍ଲା ପାଲଟିଛି ଚୋରା ଗଞ୍ଜେଇର ପେଣ୍ଠସ୍ଥଳୀ । ଦୁର୍ଗମ ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଏବଂ ମୁଚୁକିଗୁଡା ଛକରେ ଥିବା ଏକ ଘରୁ ପ୍ରାୟ ୬୫୩ କେଜି ଗଞ୍ଜେଇ ବିକ୍ରି ହେବାକୁ ଥିଲା । ଏହି ଯୋଜନା କରାଯାଇଥିବା ଖବର ପାଇ ମୁନିଗୁଡା ଏସଡିପିଓ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ ।

 

ଗଞ୍ଜେଇ ଚୋରା ଚାଲାଣକୁ ଭଣ୍ଡ କରିବା ପାଇଁ ନିଜ ଅଧିକାରୀଙ୍କୁ ନେଇ ଛକରେ ଥିବା ଘର ଉପରେ ଚଢ଼ାଉ କରିଥିଲେ । ସମସ୍ତ ଗଞ୍ଜେଇ ସହିତ ମୁଖ୍ୟ ଅଭିଯୁକ୍ତ କବିରାଜ ଜାଗରଙ୍ଗା , ଭୀମ ଜାଗରଙ୍ଗା, ପ୍ରସାଦ ଜାଗରଙ୍ଗା ଏବଂ ତ୍ରିନାଥ ଜାଗରଙ୍ଗାଙ୍କୁ ଗିରଫ କରି କୋଭିଡ ଟେଷ୍ଟ କରାଇଛନ୍ତି । ଟେଷ୍ଟ ସାରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଇଛନ୍ତି ।

 

ଜବତ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ହେବ । ଟା ସହିତ ପ୍ରାୟ ୪୪ ବ୍ୟାଗ୍ ରେ ଗଞ୍ଜେଇ ରହିଥିବା ଜଣାପଡିଥିଲା ଅଭିଯୁକ୍ତଙ୍କ ସହ ସେହି ଗଞ୍ଜେଇ ଗୁଡ଼ିକ ମଧ୍ୟ ଜବତ କରାଯାଇଛି ।। ଘଟଣା ନେଇ ଆଉ ଅଧିକ ଯେଉଁମାନଙ୍କର ସଂପୃକ୍ତି ରହିଛି ସେ ନେଇ ଚାଲିଛି ଖୋଲା ତାଡ଼ ।

Leave A Reply

Your email address will not be published.