ମୁମ୍ବାଇ (୦୬।୦୮): ବାବୁସାନ ପ୍ରକୃତି ବିବାଦ ପରେ,ପରଦାରେ ଦ୍ରୌପଦୀଙ୍କ ଚରିତ୍ର ନେଇ ଆସୁଛନ୍ତି ପ୍ରକୃତି ମିଶ୍ର । ନିକଟରେ ପ୍ରକୃତି ନିଜ ବ୍ୟକ୍ତିଗତ କାରଣ ପାଇଁ ଖୁବ ଚର୍ଚ୍ଚାରେ ଥିଲେ । ତେବେ ଏହି ଚଳଚ୍ଚିତ୍ରରେ ଶୀର୍ଷକ ‘ଦ୍ରୌପଦୀ’ ଥିବା ବେଳେ ମୁଖ୍ୟ ଚରିତ୍ରରେ ପ୍ରକୃତି ଅଭିନୟ କରୁଛନ୍ତି । ଯାହାର ପ୍ରଥମ ପୋଷ୍ଟର ଶୁକ୍ରବାର ଦିନ ମୁକ୍ତିଲାଭ କରିଛି । ପ୍ରକୃତି ମିଶ୍ର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟର ଏହି ପୋଷ୍ଟର ସେୟାର କରିଛନ୍ତି ।
ତେବେ ଏହି ଚଳଚ୍ଚିତ୍ର ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି । ତାର୍ନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନନ୍ୟା ପଟ୍ଟନାୟକ । ପ୍ରଯୋଜନା ଦାୟିତ୍ୱରେ ସସ୍ମିତା ତିଆଡି ଓ ଆକାଶଦୀପ ସିଂହ ରହିଛନ୍ତି । ଏହାର କ୍ୟାମେରା ପରିଚାଳନା କରୁଛନ୍ତି ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର କ୍ୟାମେରାମ୍ୟାନ୍ କୁହୁ ମଲ୍ଲ ।
ସେହିପରି ପ୍ରକୃତି ଏବେ ମୁମ୍ବାଇରେ ଏକ ହିନ୍ଦୀ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି । ପୋଷ୍ଟର୍କୁ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ପ୍ରକୃତି ଲେଖିଛନ୍ତି, ‘କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ । କେବେ ନାରୀ କୋଉ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହେଇଚି । ଯୁଗ ବଦଳି ଗଲାଣି କିନ୍ତୁ ବଦଳିନି ସେଇ ନାରୀର କାହାଣୀ’ ।