ଧାରଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ

0

ନୂଆଦିଲ୍ଲୀ(୦୨/୦୮):ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ ଭାଇ ପ୍ରହ୍ଲାଦ ମୋଦି। ସରକାରଙ୍କ ଆଗରେ ବିଭିନ୍ନ ଦାବି ଉପସ୍ଥାପନ କରି ନ୍ୟାୟ ପାଇବା ଦାବିରେ ସେ ଧାରଣା ଦେଇଛନ୍ତି। ଅଲ ଇଣ୍ଡିଆ ଫେୟାର ପ୍ରାଇସ ଶପ ଡିଲର୍ସ ଫେଡରେସନ ବା ସର୍ବ ଭାରତୀୟ ଉଚିତ ମୂଲ୍ୟ ଦୋକାନ ଡିଲର ମହାସଂଘ ପକ୍ଷରୁ ଆଜି ଦିଲ୍ଲୀର ଯନ୍ତରମନ୍ତର ଠାରେ ଧାରଣା ଦିଆଯାଇଥିଲା।

ଏହାର ଉପ ସଭାପତି ହେଉଛି ପ୍ରହ୍ଲାଦ ମୋଦି। ତେଣୁ ସେ ମଧ୍ୟ ମହାସଂଘର ଅନ୍ୟ ସଦସ୍ୟମାନଙ୍କ ଭଳି ଧାରଣା ଦେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି ଏବଂ ନିଜର ଦାବି ଉପସ୍ଥାପନା କରିଛନ୍ତି ।

Leave A Reply

Your email address will not be published.