ମହାନଦୀ ଜଳ ବିବାଦ ମାମଲା : ଟ୍ରିବ୍ୟୁନାଲ୍ ମଧ୍ୟପ୍ରଦେଶ ଏବଂ କେନ୍ଦ୍ରୀୟ ସଂସ୍ଥାକୁ ଜାରି କଲେ ନୋଟିସ୍

0

ନୂଆଦିଲ୍ଲୀ( ୨୭।୮): ମହାନଦୀ ଜଳ ବିବାଦ ମାମଲା ପୁଣି ଘୁଞ୍ଚିଲା ଶୁଣାଣି । ଶନିବାର ମହାନଦୀ ଜଳବିବାଦ ମାମଲା ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହୋଇଥିଲା । ଏହି ମାମଲାକୁ ପୁଣି ସେପ୍ଟେମ୍ବର ୨୪କୁ ଘୁଞ୍ଚାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଛତିଶଗଡ଼ର ଆବେଦନ ଉପରେ ମଧ୍ୟପ୍ରଦେଶ ଏବଂ କେନ୍ଦ୍ରୀୟ ସଂସ୍ଥାକୁ ନୋଟିସ୍ ଜାରି କରିଛନ୍ତି ଟ୍ରିବୁନାଲ । ଏହା ସହିତ ଓଡ଼ିଶା, ଛତିଶଗଡ଼ ଏବଂ ମହାରାଷ୍ଟ୍ରକୁ ୨ଟି ଲେଖାଏଁ ସାକ୍ଷୀମାନଙ୍କର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଆଜି ୩୦ତମ ଶୁଣାଣି ଥିଲା । ଏହି ଶୁଣାଣି ଭର୍ଚୁଆଲ୍‌ ମୋଡ୍‌ରେ କରାଯାଇଥିଲା। ଗତ ମାସ ୧୮ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ନିକଟରୁ ମହାନଦୀ ଅବବାହିକାରେ ବନ୍ୟା ସଂପର୍କିତ ନଥିପତ୍ର ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଯୋଗାଇ ଦେବାକୁ ନେଇ ଟ୍ରିବ୍ୟୁନାଲଙ୍କ ଦ୍ବାରା କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟକୁ ନୋଟିସ୍ ଜାରି କରାଯାଇଥିଲା ।

Leave A Reply

Your email address will not be published.