ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ବତନ୍ତ୍ର ସଫେଇ ଅଭିଯାନ

0

ରାଉରକେଲା : ରାଉରକେଲା ସହରରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛ ରାଉରକେଲା ମହାନଗର ନିଗମ । ଏଥିପାଇଁ ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ସଫେଇ ଅଭିଯାନ । ସହରର ସମସ୍ତ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳକୁ ସ୍ବଛ ଓ ପରିସ୍କାର ରଖିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ସଫେଇକୁ ଜୋରଦାର କରାଯାଇଛି । ମହାନଗର ନିଗମର ସଫେଇ କର୍ମଚାରୀମାନେ ସାମିଲ ହୋଇ ମାର୍କେଟ ପରିସରକୁ ସଂପୂର୍ଣ୍ଣ ସଫେଇ କରିଥିଲେ ।

 

ରାଉରକେଲା ମହାନଗର ନିଗମ କମିଶନରଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ରାଉରକେଲା ସହରରେ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ସହ ସହରର ସମସ୍ତ ଜନଗହଳିପୂର୍ଣ୍ଣ ମାର୍କେଟ ପରିସରକୁ ସ୍ବଛ ରଖିବା ପାଇଁ ସଫେଇ ଅଭିଯାନ ଜାରି ରହିଥିବା କହିଛନ୍ତି ମହାନଗର ନିଗମ କମିଶନର । ସହରରେ ଡେଙ୍ଗୁ ଯେପରି ଅଧିକ ନବ୍ୟାପିବ ସେଥିପାଇଁ ରାଉରକେଲା ସହରର ସେକ୍ଟର ଅଞ୍ଚଳ ସହିତ ୪୦ଟି ୱାର୍ଡରେ ସଫେଇ ଅଭିଯାନକୁ ବ୍ୟାପକ କରାଯାଉଛି । ସହରର ବିଭିନ୍ନ ଅଞ୍ଚଳରେ ଡ୍ରେନ ସଫେଇ କାର୍ଯ୍ୟ କରାଯିବା ସହ ଧୁଆଁ ଏବଂ ଔଷଧ ସ୍ପ୍ରେ କରାଯାଉଛି ।

Leave A Reply

Your email address will not be published.