ରାଖୀ ପୂର୍ବରୁ ଗିଫ୍ଟ ପାଇଗଲେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା
ମୁମ୍ବାଇ(୧୦ା୮):ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଛନ୍ତି, ସାରାଙ୍କୁ ରାଖୀ ପୂର୍ବରୁ ଉପହାର ଦେଇଛନ୍ତି ଭାଇ ତଥା କ୍ରିକେଟର୍ ଅର୍ଜୁନ ତେନ୍ଦୁଲକର। ଅର୍ଜୁନ ଭଉଣୀଙ୍କୁ ଏକ ହ୍ୟାଣ୍ଡ୍ବ୍ୟାଗ୍ ଉପହାର ଦେଇଛନ୍ତି। ଏହାର ଫଟୋ ସାରା ଇନଷ୍ଟାଗ୍ରାମରେ ଶେୟାର କରି ଭାଇକୁ ଧନ୍ୟବାଦ ଦେଇଛନ୍ତି। ସାରା ଫଟୋ କ୍ୟାପସନରେ ଲେଖିଛନ୍ତି, ରାଖୀ ପୂର୍ବରୁ ଉପହାର ପାଇଁ ମୋର ସାନ ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଧନ୍ୟବାଦ।
ସାରା ଖୁବଶୀଘ୍ର ବିଲିଉଡ ଜଗତରେ ପାଦ ଥାପି ପାରନ୍ତି। ୨୦୨୧ ଡିସେମ୍ବର ମାସରୁ ମଡେଲିଂ କରୁଥିବା ସାରା ନିଜର କ୍ୟୁଟ ଓ ଷ୍ଟାଇଲିଶ ସ୍ବାଭାବକୁ ନେଇ ବେଶ ପରିଚିତ। ଇନଷ୍ଟାଗ୍ରାମରେ ସାରା ସବୁବେଳେ ନିଜର ଅପଡେଟ ଫଟୋ ପୋଷ୍ଟ କରନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨.୨ ନିୟୁତ ଫଲୋଅର୍ସ ଅଛନ୍ତି।
ସାରା ଅଭିନୟ କରିବାକୁ ବେଶ ଆଗ୍ରହୀ। ଏପରି କି ସେ ଅଭିନୟ ପାଇଁ କିଛି କ୍ଲାସ ମଧ୍ୟ ନେଇଛନ୍ତି। ସବୁବେଳେ ଚୁପଚାପ ରହୁଥିବା ସାରା ବଲିଉଡରେ ଡେବ୍ୟୁ କରି ସମସ୍ତଙ୍କୁ ସରପ୍ରାଇଜ ଦେବା ମୁଡରେ ଅଛନ୍ତି। ସାରାଙ୍କ ପାଖରେ ଅନେକ ଗୁଣ ରହିଛି। ତାଙ୍କ ବାପା ମା’ ମଧ୍ୟ ସାରାଙ୍କ ଉପରେ କୌଣସି କଟକଣା ଲଗାଇ ନାହାନ୍ତି। ସେ ନିଜ ଇଚ୍ଛାରେ ନିଷ୍ପତ୍ତି ନେଉଥିବା ବେଳେ ଏହାକୁ ସଚିନ ଓ ଅଞ୍ଜଳୀ ମଧ୍ୟ ସମର୍ଥନ କରୁଛନ୍ତି। ସାରା ମୁମ୍ବାଇରେ ଥିବା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ଶିକ୍ଷା ଲାଭ କରିଛନ୍ତି। ଏହାପରେ ସେ ୟୁନିଭର୍ସିଟି କଲେଜ ଅଫ ଲଣ୍ଡନରୁ ଡିଗ୍ରୀ ହାସଲ କରିଛନ୍ତି।