ସରିଲା ଆଥିୟା ଓ ରାହୁଲ୍‌ଙ୍କ ବାହାଘର: ରିସେପ୍‌ସନ୍ ନେଇ ସୂଚନା ଦେଲେ ସୁନୀଲ ଶେଟ୍ଟୀ

0

ଖଣ୍ଡାଲା: ସରିଲା ଆଥିୟା ଶେଟ୍ଟୀ ଓ କ୍ରିକେଟର କେଏଲ୍ ରାହୁଲ୍‌ଙ୍କ ବାହାଘର। ବଲିଉଡ୍ ଅଭିନେତା ସୁନୀଲ ଶେଟ୍ଟୀ ବାହାଘର ନେଇ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ଖଣ୍ଡାଲାରେ ଥିବା ସୁନୀଲଙ୍କ ଫାର୍ମ ହାଉସ୍‌ରେ ଉଭୟଙ୍କର ବିବାହ ହୋଇଛି। ଝିଅ ବାହାଘର ସମ୍ପର୍କରେ ସୁନୀଲ ନିଜେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ସୁନୀଙ୍କ ପୁଅ ଆହାନ ବିବାହ ପରେ ଉପସ୍ଥିତ ଲୋକଙ୍କୁ ମିଠା ବାଣ୍ଟିଥିବା ଦେଖିବାକୁ ମିଳିଥିଲା। ତେବେ ଆଇପିଏଲ୍‌ ମ୍ୟାଚ୍‌ ପରେ ରିସେପସନ ପାର୍ଟି ଆୟୋଜନ ହେବ ବୋଲି ସୁନୀଲ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି।

ମିଡିଆକୁ ଉତ୍ତର ଦେଇ ସୁନୀଲ କହିନ୍ତି ” ସୁନ୍ଦର ସବୁଠାରୁ ଛୋଟ ଓ ପରିବାରର ଅତି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ବାହାଘର ଭଲରେ ସରିଲା। ସାତ ଫେରା ବି ହେଲା। ଅଫିସିଆଲ୍ ବିବାହ ସରିଛି। ତେଣୁ ଅଫିସିଆଲ ଶ୍ୱଶୁର ବି ହୋଇସାରଛି।” ରିସେପସନ ପାର୍ଟି କଥା ପଚାରିବାରୁ ଏହା IPL ପରେ ହେବ ବୋଲି ସୁନୀଲ କହିଛନ୍ତି।

Leave A Reply

Your email address will not be published.