୨୦୨୨ ରୁ ଭାରତରେ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଇବ ଷ୍ଟାରଲିଙ୍କ୍‌

0

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ସ୍ପେସ୍ ଏକ୍ସର ସେଟ୍‌ଲାଇଟ୍‌ ବ୍ରଡବ୍ୟାଣ୍ଡ ଷ୍ଟାରଲିଙ୍କ ଡିସେମ୍ବର ୨୦୨୨ରୁ ଭାରତରେ ଏହାର ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ସରକାରଙ୍କ ଅନୁମତି ଅନୁଯାୟୀ ୨ ଲକ୍ଷ ସକ୍ରିୟ ଟର୍ମିନାଲ ଅଛି ବୋଲି ଶୁକ୍ରବାର ଦିନ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

 

ଷ୍ଟାରଲିଙ୍କର କଣ୍ଟ୍ରି ଡାଇରେକ୍ଟର ସଞ୍ଜୟ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଭାରତରୁ ଆସିଥିବା ପ୍ରି-ଅର୍ଡର ୫୦୦୦ ଅତିକ୍ରମ କରିଛି ଏବଂ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ପାଇଁ କମ୍ପାନୀ ଗ୍ରାମାଞ୍ଚଳରେ କାମ କରିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି।

 

ଡିସେମ୍ବର ୨୦୨୨ରେ ଭାରତରେ ୨,୦୦,୦୦୦ ଟର୍ମିନାଲ୍ ସକ୍ରିୟ ହେବା ଆମର ମୁଖ୍ୟ ଲକ୍ଷ୍ୟ। ଯଦି ସରକାରୀ ଅନୁମୋଦନ ନ ମିଳେ ତେବେ ପ୍ରକୃତ ସଂଖ୍ୟା ତାହାଠାରୁ ବହୁତ କମ୍ କିମ୍ବା ଶୂନ୍‌ ହୋଇପାରେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.