ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ! ଫଟୋ ସେୟାର କଲା ନାସା

0

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟ, ଏହା ବିଶ୍ୱାସ ନହେଲେ ବି ସତ । ନିକଟରେ ନାସା ଦ୍ୱାରା ଏମିତି ଏକ ଫଟୋ ସେୟାର କରାଯାଇଛି । ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି । ନାସା ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି କୌତୁହଳପୂର୍ଣ୍ଣ ଫଟୋ ସେୟାର କରିଛି । ଏହି ସ୍ପେସ୍ ଏଜେନ୍ସିର ଇନ୍ସାଇଟ୍ ରୋଭର ଦ୍ୱାରା ଉକ୍ତ ଦୃଶ୍ୟର ଫଟୋକୁ କଏଦ କରାଯାଇଛି ।

ମଙ୍ଗଳଗ୍ରହରେ ସୂର୍ଯ୍ୟୋଦୟର ଏକ ଅଦ୍ଭୁତ ଫଟୋ କ୍ଲିକ୍ କରିବାରେ ସଫଳ ହୋଇଛି ନାସା । ପ୍ରତିଦିନ ପୃଥିବୀରେ ଆପଣ ସୂର୍ଯ୍ୟୋଦୟକୁ ଦେଖିବାକୁ ପାଇଥାନ୍ତି । ହେଲେ ଆପଣ ଜାଣନ୍ତି ମଙ୍ଗଳର ସୂର୍ଯ୍ୟୋଦୟ ବା ସକାଳ କେମିତି ଦେଖାଯାଏ ? ନାସା ନିକଟରେ ମଙ୍ଗଳଗ୍ରହରେ ସୂର୍ଯ୍ୟୋଦୟର ଏମିତି ଏକ ସୁନ୍ଦର ଫଟୋ ଉଠାଇଛି । ଯାହାକି ପୃଥବୀରେ ସୂର୍ଯ୍ୟୋଦୟର ଦୃଶ୍ୟ ଭଳି ।

ନାସାର ମାର୍ସ ଇନସାଇଟ୍ ପ୍ରୋବ ଲାଲ ଗ୍ରହ ଉପରେ ସକାଳର ସୂର୍ଯ୍ୟୋଦୟର ସମୟରୁ କଏଦ କରିଛି । ନିକଟରେ ନାସା ଏଲିସିୟମ ପ୍ଲେନିଟିଆର ସମତଳ ଅଞ୍ଚଳରେ ମଙ୍ଗଳ ଗ୍ରହର ସକାଳର ଇନସାଇଟ୍ ଲାଣ୍ଡର ଦ୍ୱାରା ଉଠା ଯାଇଥିବା ସୁନ୍ଦର ଫଟୋକୁ ସେୟାର କରିଛି । ୧୦ ଏପ୍ରିଲ୍ ୨୦୨୨ରେ ଏହି ଫଟୋକୁ କ୍ଲିକ୍ କରାଯାଇଥିବା ଦର୍ଶାଇଛି ନାସା ।

ନାସାର ଉକ୍ତ ମିଶନରେ ଇନସାଇଟ୍ ରୋଭର ଭୂକମ୍ପ ଜନିତ ଯାଞ୍ଚ, ଜିୟୋଡେସି ଓ ହିଟ୍ ଟ୍ରାନ୍ସଫରର ଉପଯୋଗ କରି ଆଭ୍ୟନ୍ତରୀଣ ଅନୁସନ୍ଧାନ କରିବା, ମଙ୍ଗଳ ଗ୍ରହର ଆଭ୍ୟନ୍ତରୀଣ ଭାଗର ଅଧ୍ୟୟନ କରିବା କାମ କରୁଛି । ଇନସାଇଟ୍ ମଙ୍ଗଳର ଇଣ୍ଟେରିୟର ସ୍ପେସ୍ର ଗହନ ଅଧ୍ୟୟନ କରୁଥିବା ବାହ୍ୟ ସ୍ପେସ୍ର ପ୍ରଥମ ରୋବୋଟିକ୍ ଅନୁସନ୍ଧାନକାରୀ । ନଭେମ୍ୱର ୨୦୧୮ରେ ମାର୍ସ ଲାଣ୍ଡର ଇନସାଇଟ୍ ମଙ୍ଗଳର ଏଲିସିୟମ ପ୍ଲାନିଟିଆ ଅଞ୍ଚଳରେ ଓହ୍ଲାଇଥିଲା ।

Leave A Reply

Your email address will not be published.