୭୯ ବର୍ଷରେ ପାଦ ଦେଲେ ସୁର

0

ଭୁବନେଶ୍ୱର(୧୦।୮): ମାଡି ଚାଲ ଏହି ନାରା ଦେଉଥିବା ସବୁଠାରୁ ପୁରୁଖା ନେତା ହେଉଛନ୍ତି ସୁର ଭାଇ ବା ସୁରେଶ ରାଉତରାୟ । ଆଜି ୭୯ ବର୍ଷରେ ପାଦ ଦେଇଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ। ବୁଧବାର ରାଜନେତାଙ୍କ ପ୍ରଶଂସକ ଓ କଂଗ୍ରେସ କର୍ମୀ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ।

କହିବାକୁ ଗଲେ ବୟସାଧିକ ସତ୍ତ୍ୱେ ଓଡ଼ିଶା ରାଜନୀତିରେ ଯେଉଁ କେତେଜଣ କଂଗ୍ରେସ ନେତା ଲୋକପ୍ରିୟ ସେମାନଙ୍କ ମଧ୍ୟରୁ ସୁର ଜଣେ। ସେ ନିଜର କୌତୁକିଆ କଥା ସହ ରୋକଠୋକ୍‌ ଜବାବକୁ ନେଇ ବେଶ ପରିଚିତ।

ତେବେ ୧୯୭୭ରେ ପ୍ରଥମ ଥର ପାଇଁ ସୁର ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସ ଟିକଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଛନ୍ତି ସୁର ।

Leave A Reply

Your email address will not be published.