ସ୍ୱରାଙ୍କ ସ୍ୱର ପୁଣି ବିଗିଡିଲା, ଟ୍ରେଣ୍ଡ ହେଲା ଆରେଷ୍ଟ ସ୍ୱରା ଭାସ୍କର

0

ନୂଆଦିଲ୍ଲୀ: ବିବାଦୀୟ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱର ଆଜି ପୁଣି ବିଗିଡିଛି । ତାଲିବାନଙ୍କୁ ହିନ୍ଦୁତ୍ୱ ସହ ତୁଳନା କରି ସେ ଏବେ ସୋସିଆଲ ସାଇଟରେ ଟ୍ରୋଲ ହେଉଛନ୍ତି । ଏପରିକି ଆରେଷ୍ଟ ସ୍ୱରା ଭାସ୍କର ଏବେ ଟ୍ରେଣ୍ଡ କରିବାରେ ଲାଗିଛି । ଆଫଗାନିସ୍ତାନର ବର୍ତମାନ ପରିସ୍ଥିତି ନେଇ ସେ ଟୁଇଟ କରିଥିଲେ ଯେ, ଆମେ ହିନ୍ଦୁତ୍ୱ ଆତଙ୍କ ସହିତ ଠିକ ଭାବେ ରହି ପାରୁ ନାହିଁ । ଅଥଚ ତାଲିବାନ ଆତଙ୍କ ନେଇ ଆଶ୍ଚର୍ଯ୍ୟଚକିତ ହେଉଛେ । ତାଲିବାନ ଆତଙ୍କ ନେଇ ଶାନ୍ତିରେ ବସି ପାରୁନେ ଅଥଚ ହିନ୍ଦୁତ୍ୱ ଆତଙ୍କ ନେଇ ଅସନ୍ତୁଷ୍ଟ ରହିଛେ । ଆମର ମାନବୀୟ ଓ ନୈତିକ ମୂଲ୍ୟ ପୀଡିତା ଓ ଉତ୍ପୀଡକକୁ ଉପରେ ଆଧାରିତ ହେବା ଉଚିତ ନୁହେଁ ।

ଏହାର ଜବାବରେ କଙ୍ଗନା ରାନାୱତ ଲେଖିଛନ୍ତି ହିନ୍ଦୁତ୍ୱ କେବେ ହେଲେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରେନି । ଆମର ମୂଳ ଲକ୍ଷ୍ୟ ମୋକ୍ଷ ଆଉ ସମାଧୀ ।

Leave A Reply

Your email address will not be published.