ଶପଥ ନେଲେ CAG ଗିରୀଶ ମୁର୍ମୁ
ନୂଆଦିଲ୍ଲୀ: ଭାରତର ନୂଆ ସିଏଜି ଭାବରେ ଶପଥ ଗ୍ରହଣ କରିଛନ୍ତି ଓଡ଼ିଆ ଆଇଏଏସ୍ ଗିରୀଶ ମୁର୍ମୁ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ରାଷ୍ଟ୍ରପତି ଭବନରେ ସୀମିତ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରକ୍ଷା କରି ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ଉପସ୍ଥିତ ଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ । ଗତ ଗୁରୁବାର ଦିନ ଗିରୀଶ ମୁର୍ମୁଙ୍କୁ ସିଏଜି ଭାବରେ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର । ତାପୂର୍ବରୁ ସେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।
Shri Girish Chandra Murmu takes oath as the new Comptroller and Auditor General of India.
— PIB in Odisha (@PIBBhubaneswar) August 8, 2020
President Shri Ram Nath Kovind administered the oath of office and secrecy to Shri Murmu in Rashtrapati Bhawan . pic.twitter.com/p4DsSIy7ME
୧୯୮୫ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଗିରୀଶ ମୁର୍ମୁ । ଚାକିରିରୁ ଅବସର ପରେ ଗତବର୍ଷ ଅକ୍ଟୋବର ୨୦ ତାରିଖରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।