ଆଫଗାନିସ୍ତାନ ସରକାରଙ୍କ ମିଡିଆ ମୁଖ୍ୟଙ୍କୁ ହତ୍ୟା କଲେ ତାଲିବାନ

0

କାବୁଲ: ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଂଟରର ମୁଖ୍ୟ ଦାବା ଖାଁ ମିନାପାଲଙ୍କୁ ତାଲିବାନମାନେ ହତ୍ୟା କରିଛନ୍ତି । କାବୁଲରେ ବନ୍ଧୁକଧାରୀମାନେ ଦାବା ଖାଁଙ୍କ ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପୂର୍ବରୁ ସେ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିଥିବାରୁ ଅନେକ ନିରୀହ ଏଥିରେ ବଳି ପଡୁଛନ୍ତି ।

 

ଭୟର ବାତାବରଣ ସୃଷ୍ଟି କରିବା ପାଇଁ ତାଲିବାନ ପ୍ରତିଷ୍ଠିତ ନାଗରିକଙ୍କୁ ହତ୍ୟା କରିବା ଆରମ୍ଭ କରିଛି । ଏହି ଘଟଣା ପରେ ଅଶାନ୍ତି ଆହୁରି ତୀବ୍ର ହେବ ବୋଲି ଅନୁମାନ କରାଯାଉଛି । ଇତି ମଧ୍ୟରେ ଆମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ ତୀବ୍ର କରିଛି ।

Leave A Reply

Your email address will not be published.