ଜେଲେନସ୍କିଙ୍କ ସହିତ କଥା ହେଲେ ମୋଦି, ଜାଣନ୍ତୁ କଣ ହୋଇଛି ଆଲୋଚନା

0

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧକାଳୀନ ପରିସ୍ଥିତି ଲାଗି ରହିଛି । ଅନେକ ସହରରୁ ଧ୍ୱଂସ କରିସାରିଛନ୍ତି ରୁଷ ସେନା । ଏବେ ସୁଦ୍ଧ ଏକାଧିକ ସହରରେ ବୋମାମାଡ଼ କରୁଛି ରୁଷ । ଏତଦ୍ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୩୫ ମିନିଟ୍ ଧରି କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ୟୁକ୍ରେନର ସାମ୍ପ୍ରତିକ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତୀୟ ଉଦ୍ଧାର ନେଇ ୟୁକ୍ରେନର ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୋଦି । ସେପଟେ ସୁମିରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ନେଇ ମଧ୍ୟ ସହଯୋଗ ଆଶା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ଅନ୍ୟପଟେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ସୂଚନଯୋଗ୍ୟ ଯେ, ଆଜି ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ସହିତ ମଧ୍ୟ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦିଆଯାଇଛି । ଆପଣ ମାନେ ଜାଣି ରଖିଥାନ୍ତୁ ଯେ, ଏବେସୁଦ୍ଧ ସମସ୍ତ ଛାତ୍ରଛାତ୍ରୀ ୟୁକ୍ରେନରୁ ଫେରିନାହାନ୍ତି । ଏପର୍ଯ୍ୟନ୍ତ ଅନେକ ସହରରେ ଯେପରିକି କିଭ୍, ସୁମି, ମାରିଓପୋଲ୍, ଆଦି ସହରରେ ଭାରତୀୟ ମାନେ ଫସି ରହିଛନ୍ତି । ସେମାନେ ଉଦ୍ଧାର ଅପେକ୍ଷାରେ ବଙ୍କରରେ ରହିଛନ୍ତି ।

Leave A Reply

Your email address will not be published.