ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

0

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀମାନେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । କୁଲଗାମ କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ଗୁଲାମ ରସୁଲ ଡାର ଏବଂ ତାଙ୍କ ପତ୍ନୀ ଜବାହାର ବାନୋଙ୍କୁ ଆତଙ୍କବାଦୀମାନେ ଗୁଳିକରି ଅତି ନିର୍ମମ ଭାବେ ଗୁଳି କରିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା । ସେ କିଛି ଦିନ ତଳେ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ ।

ଜମ୍ମୁ-କଶ୍ମୀରର ଲ୍ୟୁଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା ଏଥିନେଇ ଶୋକ ବ୍ୟକ୍ତ କରିବା ସହ ଏ ଭଳି ନୃଶଂସ କାର୍ଯ୍ୟକୁ ନିନ୍ଦା କରିଛନ୍ତି । ସୁରକ୍ଷାକର୍ମୀ ଏବଂ ପୋଲିସକୁ ସେ ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତିି । ଆତଙ୍କବାଦୀଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

Leave A Reply

Your email address will not be published.