ଦୁର୍ଘଟଣା ହେଲା ଆମ୍ବୁଲାନ୍ସ

0

ବାଲେଶ୍ୱର: ବସ୍ତା ଥାନା ଅର୍ନ୍ତଗତ 60 ନଂ ଜାତୀୟ ରାଜପଥ ହଳଦିପଦା ବାଇପାସ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ରାସ୍ତା କଡ ନୟନ ଯୋଡ଼ିକୁ ପଶିଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଦୁଇ ରୋଗୀ । ଘଟଣା ସ୍ଥଳରେ ରୋଗୀ ଛାଡି ଡ୍ରାଇଭର ଫେରାର । ସୂଚନା ଅନୁଯାୟୀ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ରୋଗୀ ନେଇ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ହଳଦୀପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ନୟନ ଯୋଡିକୁ ପଶି ଯାଇ ଥିଲା । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡି ଓ ରୋଗୀ ଛାଡି ଫେରାର ହୋଇଯାଇ ଥିବାବେଳେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରୁ ରୋଗୀ ମାନଙ୍କୁ ଉଦ୍ଧାର କରି 108 ଯୋଗେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ ।

Leave A Reply

Your email address will not be published.