ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବାଇକ୍‌:ଚାଲିଗଲା ୨ ଜଣଙ୍କ ଜୀବନ

0

ଖଲ୍ଲିକୋଟ (୨୫।୦୮): ବାଇକ ଦୁର୍ଘଟଣା ରେ ଚାଲିଗଲା ୨ ଅମୁଲ୍ୟ ଜୀବନ । ଡିଭାଇଡରରେ ପିଟିହେଲା ବାଇକ ଘଟଣାସ୍ଥଳରେ ହିଁ ଚାଲିଗଲା ୨ଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆରଡିଏ ନିକଟ ଜାତୀୟ ରାଜପଥରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଦୁଇ ଜଣ ବାଇକ ଯୋଗେ ଯାଉଥିବା ବେଳେ ଛତ୍ରପୁର ଡିଆରଡିଏ ନିକଟରେ ଥିବା ଜାତୀୟ ରାଜପଥ କଡ଼ ଡିଭାଇଡରରେ ପିଟି ହୋଇଥିଲା ବାଇକ୍‌ । ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇଛି ବାଇକ୍‌ । ଯାହାଫଳରେ କି ବାଇକ୍‌ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳର ସୁମନ ଦାସ ଓ ହିଞ୍ଜିଳିକାଟୁ କଂଚୁଡୁ ଅଞ୍ଚଳର ଦଣ୍ଡପାଳ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.