ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

0

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଦର ୨୦ ପଇସା ଵୃଦ୍ଧି ପ୍ରତିବାଦରେ ବିଜେପିର ପ୍ରତିବାଦ। ଭୁବନେଶ୍ୱର ସ୍ଥିତ ରାଜ୍ୟ  ବିଦ୍ୟୁତ ନିୟମାକ ଆୟୋଗ ସାମ୍ନାରେ ପ୍ରରିବାଦ କରିଛି  ଭୁବନେଶ୍ୱର ଜିଲ୍ଲା ବିଜେପି। ଭୁବନେଶ୍ୱର  ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି ଯେ, କୋଭିଡ ଦମୟରେ ଲୋକମାନେ ଜୀବନ ଜୀବିକାକୁ ନେଇ ଆତଙ୍କିତ ଥିବା ବେଳେ ବିଦ୍ୟୁତ ଦେୟ ବୃଦ୍ଧି କରିବା ଦୁର୍ଭାଗ୍ୟ ଜନକ । ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ  ସେ ଦାବି କରିଛନ୍ତି।

ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧିକୁ ବିରୋଧ କରିଛନ୍ତି ବିରୋଧୀ ଦଳ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ରାଜ୍ୟ କରୋନା ସହ ଯୁଝୁଥିବା ବେଳେ, ଲୋକେ ରୋଜଗାର ହରାଇ ଅଭାବ ଅନଟନରେ ଥିବା ବେଳେ ସରକାର ବିଦ୍ୟୁତ ଦର ବଢାଇବାର ନୈତିକ ଅଧିକାର ନାହିଁ ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, ଟାଟା ପ୍ରେମରେ ପଡି ସରକାର ଦର ବଢାଇଛନ୍ତି । ତୁରନ୍ତ ଦର ପ୍ରତ୍ୟାହାର ନହେଲେ ଏହାର ପ୍ରତିବାଦ ଦଳ ବିଧାନସଭାରେ କରିବ ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।

Leave A Reply

Your email address will not be published.