ଡେଙ୍ଗୁ ମୁକାବିଲା ପାଇଁ ବିଏମସି ଆରମ୍ଭ କଲା ଅଭିଯାନ

0

ଭୁବନେଶ୍ବର : ଭୁବନେଶ୍ବରରେ କାୟା ମେଲାଇ ଚାଲିଛି ଡେଙ୍ଗୁ । ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଆରମ୍ଭ ହେଲା ଅଭିଯାନ । ସମସ୍ତ ୬୭ଟି ୱାର୍ଡରେ ସଫେଇ କାର୍ଯ୍ୟ ସହିତ ସଚେତନତା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି । ସବୁ ଓ୍ବାର୍ଡର କାର୍ଯ୍ୟ ତଦାରଖ କରିବା ପାଇଁ ଅଧିକାରୀଙ୍କୁ ଦିଆଯାଇଛି ଦାୟିତ୍ବ ।

ରାଜଧାନୀ ଭୁବନେଶ୍ବରରେ ଦୈନିକ ୨୫ରୁ ୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଏବେ ୫୦୫ରେ ପହଞ୍ଚିଲାଣି । ତେବେ ଏଭଳି ସ୍ଥିତିରେ ଆତଙ୍କିତ ନହୋଇ ସଚେତନ ହେବାକୁ ପରାମର୍ଶ ଦେଇଛି ବିଏମସି । ଡେଙ୍ଗୁ ପ୍ରଭାବିତ ଅଞ୍ଚଳବାସୀଙ୍କ ଦାବୀକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଚନ୍ଦ୍ରଶେଖରପୁର ଓ ନୀଳାଦ୍ରିବିହାର ଅଞ୍ଚଳରେ ଦୁଇଟି ସ୍ବତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ସ୍ବଚ୍ଛସାଥୀ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ ହୋଇଛି ।

Leave A Reply

Your email address will not be published.