ଟ୍ରକ ଧକ୍କାରେ ଭାଙ୍ଗିଲା ବ୍ରିଜ
ଅନଗୁଳ: ଅନଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ବନ୍ଦା ଓଭରବ୍ରିଜରେ ଅଭାବନୀୟ ଘଟଣା । ଦୁଇଟି ଟ୍ରକ ବ୍ରିଜ ଉପରେ ଯାଉଥିବା ସମୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଟ୍ରକ୍ ଧକ୍କା ହୋଇ ବ୍ରିଜ ତଳକୁ ଖସିପଡି ନାଲକୋ ଟ୍ରେନ ଟ୍ରାକ୍ ଉପରେ ପଡି ରହିଛି। ସୂଚନା ଅନୁଯାୟୀ ଚିପ୍ସ୍ ବୋଝେଇ ଟିପର ଗୁଡ଼ିଆକାଟେଣୀରୁ ଅନୁଗୁଳ ଅଭିମୁଖେ ଯାଉଥିବା ସମୟରେ ବନ୍ଦା ଓଭରବ୍ରିଜ ନିକଟରେ ତାକୁ ପଛ ପାଖରେ ଏକ ଟ୍ରକ୍ ନମ୍ଵର୍ (ଓଆର ୧୯ବି ୪୫୮୮) ଟ୍ରକ୍ ଧକ୍କା ଦେଇଥିଲା। ଯାହା ଫଳରେ ଦୁଇଟି ଯାକ ଟ୍ରକ୍ ନିଜର ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା। ସୂଚନା ପାଇ ବଅଁରପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।