ପିପିଲି ଟୋଲ ଗେଟରେ ଓଲଟିଲା ବସ

0

ନିମାପଡା(୧୨/୦୮): ପୁରୀ ପିପିଲି ରୋଡ୍‌ରେ ଦୁର୍ଘଟଣା । ଭୁବନେଶ୍ୱର- ପୁରୀ ରାସ୍ତାରେ ପଡ଼ୁଥିବା ପିପିଲି ନିକଟସ୍ଥ ଟୋଲ ପ୍ଲାଜା ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଭରସାମ୍ୟ ହରାଇ ରାସ୍ତା କଡ଼କୁ ବସ୍‌ଟି ଓଲଟି ପଡ଼ିଥିବା ଜଣାପଡ଼ିଛି । ଫଳରେ ୨୦ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି । ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ୱରରୁ ଅସ୍ତରଙ୍ଗ ଅଭିମୁଖେ ଯାଉଥିଲା । ଅତ୍ୟଧିକ ସ୍ପିଡ଼ରେ ଆସୁଥିବାରୁ ଏହା ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତମାନଙ୍କୁ ପିପିଲି ଓ ଭୁବନେଶ୍ୱର ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ।

Leave A Reply

Your email address will not be published.