ଦିଲ୍ଲୀରୁ ଲଣ୍ଡନ ଚାଲିବ ବସ

0

ନୂଆଦିଲ୍ଲୀ: ୪୬ ବର୍ଷ ପରେ ଦିଲ୍ଲୀରୁ ଲଣ୍ଡନ ବସ ଗଡିପାରେ । ଭାରତ-ମ୍ୟାନମାର ସୀମାରେ ସ୍ଥିତି ସାମାନ୍ୟ ହେବା ପରେ ସେପ୍ଟେମ୍ବରରେ ଏହାକୁ ଚାଲୁ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ୧୫ ଲକ୍ଷ ଟଙ୍କା ପ୍ୟାକେଜରେ ଟିକେଟ, ଭିସା, ବିଭିନ୍ନ ଦେଶରେ ରହିବା ପାଇଁ ସମସ୍ତ ସୁବିଧା ସୁଯୋଗ ଏଥିରେ ସାମିଲ ରହିବ । ଏକ ବ୍ରିଟିଶ କମ୍ପାନୀ ୧୯୫୭ରେ ଦିଲ୍ଲୀ, ଲଣ୍ଡନ ଓ କୋଲକାତା ମଧ୍ୟରେ ବସ ସେବା ଆରମ୍ଭ କରିଥିଲେ । ଏହି ବସ ଦୁର୍ଘଟଣାଗ୍ରସ୍ତ ହେବା ପରେ ଡବଲ ଡେକର ବସ ପ୍ରସ୍ତୁତ କରି ସିଡନୀ-ଭାରତ-ଲଣ୍ଡନ ମଧ୍ୟରେ ଏହି ସେବା ୧୯୭୬ ପର୍ଯ୍ୟନ୍ତ ଚଳାଇଥିଲେ । ଇରାନରେ ଘରୋଇ ଅଶାନ୍ତି ଓ ଭାରତ-ପାକିସ୍ତାନ ବିବାଦ ଯୋଗୁ ବସ ସେବା ବନ୍ଦ କରାଯାଇଥିଲା ।

ଏବେ ମ୍ୟାନମାର ଥାଇଲାଣ୍ଡ, ଲାଓସ, ଚୀନ, କିର୍ଗିଜସ୍ତାନ, ଉଜବେକିସ୍ତାନ, କାଜକସ୍ତାନ, ରୁଷ, ଲାଟଭିଆ, ଲିଥୁନିୟା, ପୋଲାଣ୍ଡ, ଚେକ ରିପବ୍ଲିକ, ଜର୍ମାନୀ, ନେଦରଲାଣ୍ଡ, ବେଲଜିୟମ ଦେଇ ଫ୍ରାନ୍ସରେ ପଂହଚିବ । ସେଠାରୁ କ୍ରୁଜ ମାଧ୍ୟମରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରି ଲଣ୍ଡନ ଯିବ । ଓଭରାଲ ବସଟି ୭୦ ଦିନରେ ୧୮ ଦେଶ ଦେଇ ୨୦ ହଜାର କିଲୋମିଟର ଯାତ୍ରା କରିବ । ବସରେ ମାତ୍ର ୨୦ଟି ସିଟ ରହିବ । ପ୍ରତ୍ୟେକ ଯାତ୍ରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଥିବା କ୍ୟାବିନ ଦିଆଯିବ ।

Leave A Reply

Your email address will not be published.