କୃଷକଙ୍କ ପାଇଁ କେନ୍ଦ୍ର ସରକାର କଲେ ବଡ଼ ଘୋଷଣା

0

ନୂଆଦିଲ୍ଲୀ(୧୭।୮): କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କଲେ ଏକ ବଡ ଘୋଷଣା । ସ୍ବଳ୍ପ ମିଆଦି ଋଣ ଠିକ ସମୟରେ ପରିଶୋଧ କରୁଥିବା ଚାଷୀଙ୍କ ପାଇଁ କ୍ୟାବିନେଟ ଇଣ୍ଟରେଷ୍ଟ ସବଭେନ୍ସନ ସ୍କିମ ଜାରି କରିଛି। ଏହି ସ୍କିମ୍‌ ଅନୁଯାୟୀ, ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପ ମିଆଦି ଋଣ ନେଇଥିବା କୃଷକମାନେ ସୁଧରେ ୧.୫ ପ୍ରତିଶତ ରିହାତି ପାଇବେ। ଏଥିପାଇଁ ସରକାର ବଜେଟରେ ୩୪,୮୪୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାସହ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ ଖର୍ଚ୍ଚ ୫୦,୦୦୦ କୋଟିରୁ ୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସରକାରଙ୍କ ପକ୍ଷରୁ ସମବାୟ ସମିତି ଏବଂ ବ୍ୟାଙ୍କ ମାଧ୍ୟମରେ କୃଷକମାନଙ୍କୁ କମ ସୁଧ ହାରରେ ସ୍ବଳ୍ପ ଏବଂ ଦୀର୍ଘ ମିଆଦି ଋଣ ଦିଆଯାଏ। ଅନେକ କୃଷକ ଏହି ଋଣକୁ ଠିକ ସମୟରେ ପରିଶୋଧ କରନ୍ତି ଏବଂ ଅନେକ କୃଷକ କୌଣସି କାରଣରୁ ଋଣ ଠିକ ସମୟରେ ପରିଶୋଧ କରିବାରେ ଅସମର୍ଥ ଅଟନ୍ତି। ଯେଉଁ କୃଷକମାନେ ଋଣକୁ ଠିକ ସମୟରେ ପରିଶୋଧ କରୁଛନ୍ତି, ସେମାନେ କେବଳ ଇଣ୍ଟରେଷ୍ଟ ସବଭେନ୍ସନ ସ୍କିମର ଲାଭ ପାଇ ପାରିବେ । ବର୍ତ୍ତମାନ ସରକାର କିଷାନ କ୍ରେଡିଟ କାର୍ଡ ଅଧୀନରେ ସ୍ବଳ୍ପ ସୁଧ ହାରରେ ଋଣ ପ୍ରଦାନ କରୁଛନ୍ତି। ଯେଉଁ କୃଷକମାନଙ୍କର କ୍ରେଡିଟ କାର୍ଡ ନାହିଁ ସେମାନେ ନିଜ ଅଞ୍ଚଳର ବ୍ଲକକୁ ଯାଇ କିସାନ କ୍ରେଡିଟ କାର୍ଡ (କେସିସି) ତିଆରି କରିପାରିବେ।

Leave A Reply

Your email address will not be published.