୨୦୨୨-୨୩ରେ ଆସିବ ଡିଜିଟାଲ୍ କରେନ୍ସି

0

ନୂଆଦିଲ୍ଲୀ: ୨୦୨୨-୨୩ରେ ଆସିବ ଡିଜିଟାଲ କରେନ୍ସି । ଯାହାକୁ ଲଞ୍ଚ କରିବ ନିଜେ ରିଜର୍ବ ବ୍ୟାଙ୍କ । ବ୍ଲକ୍ ଚେନ୍ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ମାଧ୍ୟମରେ ଜାରି ହେବ ଡିଜିଟାଲ ମୁଦ୍ରା । ଡିଜିଟାଲ କରେନ୍ସିଂ ଆୟ ଉପରେ ଲାଗିବ ୩୦ ପ୍ରତିଶତ ଟିକସ । ଏହା ଦେଶର ଅର୍ଥନୀତିକୁ ନୂଆ ଦିଗରେ ନେବ ଏବଂ ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ ବୋଲି ଆଜି ବଜେଟ୍ ଉପସ୍ଥାପନା ସମୟରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

 

କମ୍ପ୍ୟୁଟର ମାଧ୍ୟମରେ ଏହାର ନେଣଦେଣ କରାଯାଇପାରିବ। ଏହି ମୁଦ୍ରା କେବଳ ଡିଜିଟାଲ୍ କମ୍ପ୍ୟୁଟର ସିଷ୍ଟମରେ ପରିଚାଳିତ, ଗଚ୍ଛିତ କିମ୍ବା ବିନିମୟ ହୋଇଥାଏ। ୩ଟି ମାଧ୍ୟମରେ ଏହାକୁ ରୂପ ଦିଆଯାଇଛି, ସେଗୁଡିକ ହେଲା କ୍ରିପ୍ଟୋ କରେନ୍ସି, ଭର୍ଚ୍ଚୁଆଲ ମୁଦ୍ରା ଓ କେନ୍ଦ୍ରୀୟ ବ୍ୟାଙ୍ଗ ଡିଜିଟାଲ ମୁଦ୍ରା ।ସାରା ବିଶ୍ବରେ ପ୍ରାୟ ୫ ହଜାର ଡିଜିଟାଲ କରେନ୍ସି ପ୍ରଚଳିତ ହେଉଛି। ସବୁଠାରୁ ଲୋକପ୍ରୀୟ କ୍ରିପ୍ଟୋ କରେନ୍ସି ହେଉଛି ବିଟ୍ କଏନ୍ । ଏହା ଏମିତି ଏକ ଡିଜିଟାଲ୍ ମୁଦ୍ରା ଯାହା କୌଣସି ସରକାର, କେନ୍ଦ୍ରୀୟ ବ୍ୟାଙ୍କ କିମ୍ବା ଏକକ ପ୍ରଶାସକଙ୍କ ବିନା ମଧ୍ୟସ୍ଥତାରେ କାର୍ୟ୍ୟ କରିଥାଏ।

 

ପାରମ୍ପରିକ ବାଣିଜ୍ୟିକ ବ୍ୟବସ୍ଥା ସହ ଏହାର କୌଣସି ସମ୍ପର୍କ ନାହିଁ। କମ୍ପ୍ୟୁଟର ଏବଂ ଅନ୍ୟ ଭର୍ଚ୍ଚୁଆଲ ମାଧ୍ୟମ ଜରିଆରେ ଏହା ଗୋଟିଏ ଡିଜିଟାଲ ଓ୍ବାଲେଟରୁ ଅନ୍ୟ ଡିଜିଟାଲ ଓ୍ବାଲେଟକୁ ଯାଇଥାଏ। ତେବେ ଆରବିଆଇ ଡିଜିଟାଲ କରେନ୍ସି ଭାରତରେ ପ୍ରଚଳନ ହେଲା ପରେ ବିଟକଏନ ଓ ଅନ୍ୟ କ୍ରିପ୍ଟୋ କରେନ୍ସିର ଭବିଷ୍ୟତ ଭାରତରେ କ’ଣ ହେବ, ସେ ନେଇ ନିର୍ମଳା କିଛି ସ୍ପଷ୍ଟ କହିନାହାନ୍ତି।

 

ସେ କେବଳ ଏତିକି କହିଛନ୍ତି, ଡିଜିଟାଲ କରେନ୍ସି ଦେଶର ଅର୍ଥନୀତିକୁ ଅଧିକ ପ୍ରୋତ୍ସାହିତ କରିବା ସହ ଶସ୍ତା କରେନ୍ସି ମ୍ୟାନେଜମେଣ୍ଟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ଦେଶର ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଭର୍ଚୁଆଲ ଓ ଡିଜିଟାଲ ସମ୍ପତ୍ତି ବିକ୍ରି ଖରିଦ ଦ୍ୱାରା ହେଉଥିବା ଆୟ ଉପରେ ୩୦% ଟିକସ ଲୋକଙ୍କୁ ଦେବାକୁ ପଡ଼ିବ।

Leave A Reply

Your email address will not be published.