ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ମା’ କଟକ ଚଣ୍ଡୀଙ୍କ ମନ୍ଦିର ଦୁଆର

0

କଟକ: ଆଜିଠାରୁ କଟକର ଅଧିଷ୍ଠାତ୍ରୀ ଦେବୀ ମା’କଟକ ଚଣ୍ଡୀଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି । ୯ ମାସ ପରେ ଭକ୍ତ ମାଆଙ୍କୁ ଦେଖି ଭାବବିହ୍ୱଳ ହୋଇଛନ୍ତି । ଦେବୀଙ୍କୁ ଦେଖି ଭକ୍ତ ନିଜକୁ ଭାବରେ ବୁଡ଼ାଇ ଦେଇଛନ୍ତି । କୋଭିଡ କଟକଣା ସହ ଦର୍ଶନ ପାଇଁ ଟୋକନ ବ୍ୟବସ୍ଥା ହୋଇଛି । ଏକାଥରକେ ୨୦ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳୁଛି ।

 

ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ପ୍ରବେଶ ପଥରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ପାଳନ କରି ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଆଜି ସ୍ରବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲିଥିବାରୁ କଟକ ଚଣ୍ଡୀ ମନ୍ଦିରକୁ ଫୁଲରେ ସଜାଯାଇଛି ।

Leave A Reply

Your email address will not be published.