ପୂଜା କରୁ କରୁ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣ

0

ବେତୁଲ:ମନ୍ଦିରରେ ପୂଜା କରିବା ସମୟରେ ଚାଲିଗଲା ପୂର୍ବତନ ବିଧାୟକଙ୍କ ପ୍ରାଣ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରେ।

ସୂଚନାନୁସାରେ, ସ୍ଥାନୀୟ ଅଞ୍ଚଳର ପୂର୍ବତନ ବିଧାୟକ ବିନୋଦ ଡାଗା ଧନତେରାସ ଦିନ ଜୈନ ଦାଦୱାଡି ମନ୍ଦିରରେ ପୂଜା କରୁଥିଲେ।

ପୂଜା ସମାପ୍ତ କରିବା ପରେ, ଦାଦା ଗୁରୁଦେବଙ୍କ ପାଦତଳେ ପ୍ରଣାମ କରିବା କ୍ଷଣି ତାଙ୍କ ଶରୀରର ସନ୍ତୁଳନ ବିଗିଡି ଯାଇଥିବାର ଚିତ୍ର ଏଠାରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି।  ଏହାପରେ ସେ ମୁହଁ ମାଡି ତଳେ ପଡିଯାଇଥିଲେ ଓ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମନ୍ଦିରର ପୁରୋହିତ ଏହି ଘଟଣା ଜାଣିବା ପରେ ସେଠାରେ ଉପସ୍ଥିତ ଲୋକମାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସେଠାରେ ଥିବା ଲୋକମାନେ ବିନୋଦଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଏହି ପୂର୍ବତନ ବିଧାୟକଙ୍କ ଦେହାନ୍ତର ସମ୍ପୂର୍ଣ୍ଣ ଭିଡିଓ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

Leave A Reply

Your email address will not be published.