ହ୍ୟାକର ଚୋରି କରି ନେଲେ ୪୪୬୮ କୋଟିର କ୍ରିପ୍ଟୋକରେନ୍ସି

0

ନୂଆଦିଲ୍ଲୀ: ହ୍ୟାକର୍ସମାନେ ୪୪୬୮ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି ଚୋରି କରି ହଇଚଇ ସୃଷ୍ଟି କରି ଦେଇଛନ୍ତି । କ୍ରିପ୍ଟୋ କରେନ୍ସି ଟ୍ରାନ୍ସଫର କରୁଥିବା ପ୍ରସିଦ୍ଧ କମ୍ପାନୀ ପଲି ନେଟୱାର୍କ ମଧ୍ୟ ଏହି ଘଟଣା ସତ୍ୟ ବୋଲି ସ୍ୱୀକାର କରିଛି । ପଲି ନେଟୱର୍କ ଇଥୋରିୟମ, ୱାଇନେଂସଚେନ ଓ ଅକ୍ସିପଲିଗନ ଟୋକନ୍ସ ଛାଡିବାକୁ ପରାମର୍ଶ ଦେଇଥିଲେ । ହ୍ୟାକର୍ସମାନେ ଏହି କୟନ୍ସ ଚୋରୀ କରିବାରେ ସଫଳ ହୋଇଥିଲେ ।

 

କମ୍ପାନୀ ଏହା ପରେ ହ୍ୟାକର୍ସ ଡିଲ କରିବା ପାଇଁ କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ । ଏବେ କମ୍ପାନୀ ପୋଲିସର ସାହାଯ୍ୟ ନେଇଛି । ତେବେ ହ୍ୟାକର୍ସମାନେ କିପରି ଏହାକୁ ହ୍ୟାକ କଲେ ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.