ଜଙ୍ଗଲରୁ ମିଳିଲା ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତ ଦେହ

0

ଭଞ୍ଜନଗର(୩୧।୮): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଦୁବଲୁଣ୍ଡାଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀ ଆଉ ଜଣେ ଯୁବକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି । ମୃତ ଯୁବତୀ ଯୁବକ ଦ୍ୱୟ ନିକଟସ୍ଥ ଏକ ଗ୍ରାମର ବୋଲି ଜଣାପଡିଛି।
ସୂଚନାନୁଯାୟୀ,ବୁଧବାର ଝୁଲନ୍ତା ଅବସ୍ଥାରେ ଯୁବତୀ ଏବଂ ଯୁବକଙ୍କ ମରଶରୀର ଝୁଲୁଥିବା କିଛି ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପାଇଁ ପଠାଇଛି । ହେଲେ ଦୁହେଁ କାହିଁକି ଆତ୍ମହତ୍ୟା କଲେ ସେନେଇ କୌଣସି କାରଣ ଜଣାପଡିନାହିଁ।

Leave A Reply

Your email address will not be published.