ସାହିତ୍ୟ ସମାଜର ଦର୍ପଣ

0

ଭୁବନେଶ୍ୱର : ସାରସ୍ୱତ ସଂସଦ ‘ସାହିତ୍ୟାୟନ’ର ଷୋଡଶ ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଭାରତ ଭବନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ୨୦୨୦ ଓ ୨୦୨୧ ମସିହା ପାଇଁ ଅଧ୍ୟାପକ ବିଶ୍ବରଞ୍ଜନ , ବସନ୍ତ କୁମାର ତ୍ରିପାଠୀ, ଲିଙ୍ଗରାଜ ମହାନ୍ତି ଓ ଭାଷାବିତ୍ ଦେବାଶିଷ ମହାପାତ୍ରଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା।

 

ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେଦେବୀ ପ୍ରସନ୍ନ ପଟ୍ଟନାୟକ , ଭଗବାନ ପ୍ରକାଶ ଓ ନିତ୍ୟାନନ୍ଦ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଭାଷା ଓ ସାହିତ୍ୟ ସବୁବେଳେ ସମୟ ସହ ଗତିଶୀଳ । ଭାଷା ଗୋଟିଏ ଜାତିର ଅନ୍ତଃସ୍ରୋତ ଓ ସାହିତ୍ୟ ସମାଜର ଦର୍ପଣ । ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହାର ବ୍ୟାପକ ବ୍ୟବହାର ହେବା ଆବଶ୍ୟକ ‌ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

 

କାର୍ଯ୍ୟକ୍ରମର ଆରମ୍ଭରେ ସମ୍ପାଦକ ସଂଜୟ ମହାନ୍ତି ବିବରଣୀ ପାଠ କରିଥିଲେ ଏବଂ ପରିଶେଷରେ ରାଜକୁମାର ସୂତାର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.