୩ ଛୁଆ ସହ ରେଳ ଧାରଣା ପାର୍ ହେଉଥିଲା ମାଆ ମହାବଳ ବାଘ, ଛୁଆକୁ ଚାପି ଦେଲା ଟ୍ରେନ୍

0

ମାଲକାନଗିରି: ଟ୍ରେନ୍ ଧକ୍କାରେ ହାତୀ ମୃତ୍ୟୁବରଣ କରୁଥିବା ଆପଣ ଶୁଣିଥିବେ । କେବେ ମହାବାଳ ବାଘ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି ଶୁଣିଛନ୍ତି ? ହଁ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ସୀମାରେ ଟ୍ରେନ୍ ଧକ୍କାରେ ଏକ ମହାବଳ ବାଘ ଛୁଆର ମୃତ୍ୟୁ ହୋଇଛି । ମୃତ ବାଘ ଛୁଆର ବୟସ ଏକ ବର୍ଷ ହେବ ବୋଲି ଜଣାପଡ଼ିଛି । ଗୋଣ୍ଡିଆ ଜଙ୍ଗଲରେ ପଥଭ୍ରଷ୍ଟ ହୋଇ ଗୋଟିଏ ମାଈ ବାଘ ତିନି ଛୁଆଙ୍କୁ ନେଇ ପିଣ୍ଡେକପର-ଗଙ୍ଗେଲ ରେଳପଥ ପାର୍ ହେଉଥିଲା ।

 

ଏହି ସମୟରେ ହଠାତ୍ ଏକ ଟ୍ରେନ୍ ଆସିଥିଲା । ଆଉ ବାଘ ଛୁଆଟି ଟ୍ରାକରେ ରହି ଯାଇଥିଲା । ଟ୍ରେନ୍ ଚକାରେ ବାଘ ଛୁଆର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ କଟି ଯାଇଥିବା ବେଳେ ଶରୀରରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ଛଟପଟ ହୋଇ ବାଘଟିର ଜୀବନ ଚାଲି ଯାଇଛି । ବନ ବିଭାଗ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିଛନ୍ତି ।

 

ମୃତ ବାଘର ଦାହ ସଂସ୍କାର ରାଜନନ୍ଦଗାଓଁ ବନଖଣ୍ଡ ପକ୍ଷରୁ କରାଯାଇଛି । ପୂର୍ବରୁ ଗଙ୍ଗାଝରି ରେଳ ମାର୍ଗରେ ୨ଟି ଭାଲୁ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଥିଲେ । ଗୋଣ୍ଡିଆ ଏବଂ ଚନ୍ଦ୍ରପୁର ରେଳ ମାର୍ଗ ରାଜନନ୍ଦଗାଓଁ ଜିଲ୍ଲାର ସଂରକ୍ଷିତ ଜଙ୍ଗଲ ଦେଇ ଯାଇଛି । ଫଳରେ ଅନେକ ସମୟରେ ଟ୍ରେନ୍ ଧକ୍କାରେ ବନ୍ୟପ୍ରାଣୀ ଜୀବନ ହରାଉଛନ୍ତି ।

Leave A Reply

Your email address will not be published.