ଡ୍ରୋନ ମାଧ୍ୟମରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲା NSG ଟିମ୍

0

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇଲା NSG ଟିମ୍ । ଡ୍ରୋନ୍ ମାଧ୍ୟମରେ NSG ଟିମ୍ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବୁଲି ଭଲ ଭାବେ ଏନଏସଜି ଟିମ୍ ସୁରକ୍ଷା ବ୍ୟବସ୍ଥା ଦେଖିଛି ।

 

ଆଜି ଭୋର ସମୟରେ ଏନଏସଜିର ୩ଜଣିଆ ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ କମାଣ୍ଡର କୌଶିକ ନାୟକ ଏନଏସଜି ଟିମ୍ ର ଏହି ଯାଞ୍ଚରେ ସହାୟତା କରିଛନ୍ତି । ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚୀର ସମ୍ପର୍କରେ ଏନଏସଜି ଟିମକୁ ସେ ଅବଗତ କରାଇଛନ୍ତି ।

 

ଶ୍ରୀମନ୍ଦିର ସୁରକ୍ଷା ନେଇ କିଭଳି ବ୍ୟବସ୍ଥା କରାଯାଇଛି, ଆଗକୁ ପ୍ରାଚୀର ନିର୍ମାଣ ହେଲେ କିଭଳି ବ୍ୟବସ୍ଥା ରହିବ ତା ଉପରେ ଆଲୋଚନା କରାଯାଇଛି ।

 

ଜଗନ୍ନାଥ ମନ୍ଦିର ଉପରେ ଅନେକ ଆକ୍ରମଣର ଭୟ ରହିଆସିଛି । ଯାହାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ସବୁ ସମୟରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସବୁ ପ୍ରକାର ବାହ୍ୟ ଆକ୍ରମଣରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ଏହି ଟିମ୍ ଆହୁରି ମଧ୍ୟ ଶ୍ରୀମନ୍ଦିରର ଭିତର ସୁରକ୍ଷା ଯାଞ୍ଚ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.